Odisha Link
Bridging the Missing Links in Odisha

ଗୃହରେ ରୁଷିଲେ ମୋହନ ମାଝୀ

ଭୁବନେଶ୍ୱର : ଶନିବାର ବିଧାନସଭାରେ ମୁଲତବୀ ନୋଟିସ ଆଲୋଚନା ବେଳେ ବିଧାୟକ ମୋହନ ମାଝୀ ରୁଷିଲେ । ସଂକ୍ଷେପରେ କହିବାକୁ କହିଲାରୁ ଶ୍ରୀ ମାଝୀ ରୁଷିଗଲେ । ମୁଲତବୀ ନୋଟିସ ଉପରେ ଆଲୋଚନା ଚାଲିଥିବାବେଳେ ବିଧାୟକ ମୋହନ ମାଝୀ ନିଜ ବକ୍ତବ୍ୟ ରଖୁଥିଲେ । ତେବେ ଏତିକି ବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଶ୍ରୀ ମାଝୀଙ୍କୁ ନିଜ ବକ୍ତବ୍ୟ ସଂକ୍ଷେପରେ ଶେଷ କରିବାକୁ କହିଥିଲେ । ବାସ୍ କଥା ଏତିକିରେ ସବୁ ସରିଗଲା । ବାଚସ୍ପତି ଶ୍ରୀ ପାତ୍ରଙ୍କ ଏତିକି କଥାରେ ରୁଷି ଗଲେ ଶ୍ରୀ ମାଝୀ । ନିଜ ବକ୍ତବ୍ୟକୁ ଅଧାରୁ ରଖି ଆଉ କହିବିନି କହିଲେ ଶ୍ରୀ ମାଝୀ । ତେବେ ନିଜ ବକ୍ତବ୍ୟ ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ତାଙ୍କୁ ଯେତେ ଅନୁରୋଧ କରିଥିଲେ ବି ସେ କହିନଥିଲେ ।

Comments are closed.