ଆସନ୍ତା ବର୍ଷ ଖୋଲିବ ଆର୍ଏସ୍ଏସ୍ର ଆର୍ମି ସ୍କୁଲ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି ଆର୍ଏସ୍ଏସ୍ର ଏଜୁକେସନାଲ ଓ୍ୱିଙ୍ଗ ବିଦ୍ୟା ଭାରତୀ ପରିଚାଳନା କରିବ । ଇଂରାଜୀ ଖବର କାଗଜ ଇକୋନମିକସ୍ଟାଇମସ୍ରେ ଏ ନେଇ ଏକ ଖବର ପ୍ରକାଶିତ ହୋଇଛି । ଆରଏସ୍ଏସ୍ର ସରସଙ୍ଘ ଚାଳକ ରାଜେନ୍ଦ୍ର ସିଂ ଓରଫ ରାଜୁ ଭେୟାଙ୍କର ନାମରେ ଏହାର ନାମ ରାଜୁ ଭେୟା ସୈନିକ ବିଦ୍ୟା ମନ୍ଦିର ରଖିଯିବ । ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଏହି ସୈନିକ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।
୧୯୨୨ ମସିହାରେ ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ରାଜୁ ଭେୟାଙ୍କର ଜନ୍ମ ହୋଇଥିଲା । ଏହି ବିଦ୍ୟାଳୟରେ ସିବିଆଇ ପାଠ୍ୟକ୍ରମରେ ପାଠପଢା ହେବ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଏସ୍ଏସ୍ର ସୈନିକ ବିଦ୍ୟାଳୟରେ ପାଠ ପଢାଯିବ । ଦେଶରେ ପ୍ରଥମଥର ପାଇଁ ଏପରି ପ୍ରୟୋଦ କରାଯାଉଥିବା ଏହାର କ୍ଷେତ୍ରୀୟ ସଂଯୋଜକ ଅଜୟ ଗୋୟଲ ସୂଚନା ଦେଇଛନ୍ତି । ଏହାର ପ୍ରୟୋଗ ସଫଳ ହେଲେ ଦେଶ ଅନ୍ୟସ୍ଥାନମାନଙ୍କରେ ଆର୍ମି ସ୍କୁଲ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Comments are closed.