ଅପରେସନ ମୁସ୍କାନ ଦ୍ବାରା ୧୫ ଶିଶୁ ଶ୍ରମିକ ଉଦ୍ଧାର
ରାୟଗଡ଼ା: ରାୟଗଡ଼ାରେ ଅପରେସନ ମୁସ୍କାନ ଦ୍ବାରା ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ରାୟଗଡ଼ ପୁଲିସ୍। ରାୟଗଡ଼ା ସହରର ବିଭିନ୍ନ ହୋଟେଲ, ଢାବା, ଲଜ୍, ଫାଷ୍ଟ ଫୁଡ୍ ଦୋକାନରେ ଚଢାଉ କରିଛି ଟାଉନ ଥାନା ପୁଲିସ। ଏହି ଚଢାଉ ସମୟରେ ପୁଲିସ ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରେ ଏହି ଶିଶୁ ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର କାଶିପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି। ପୁଲିସ ଉଦ୍ଧାର କରିବା ପରେ ସେମାନଙ୍କୁ ଚାଇଲ୍ଡ ହେଲ୍ପ ଲାଇନରେ ଜିମା ଦିଆଯାଇଛି। ଆଜି ଯାଞ୍ଚ ପରେ ସମସ୍ତଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।
ସରକାର ପିଲାମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ଯୋଗାଇବା ଲାଗି ବହୁ ନିୟମ ପ୍ରଣୟନ କରୁଛନ୍ତି। ଅପରପକ୍ଷେ ସ୍କୁଲରେ ପିଲାଙ୍କ ଦେଖା ମିଳୁନାହିଁ। ପରିବାର ବୋଝ ମୁଣ୍ଡାଇବାକୁ ଯାଇ କଅଁଳ ବୟସରୁ ସେମାନେ ଖଟିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ପୁଣି ମୁଖ୍ୟ ସ୍ରୋତକୁ ଫେରାଇ ଆଣି ଶିକ୍ଷାଦାନ କରିବା ଲାଗି ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।
Comments are closed.