କୂଅକୁ ପଡ଼ିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ କୂଅ ଭିତରକୁ ଏକ ଭାଲୁ ଖସି ପଡ଼ିଛି । ସୁକିନ୍ଦାର ହାଟସାହିରେ ଗତକାଲି ରାତିଠୁ ଭାଲୁଟି ଆତଙ୍କ ସୃଷ୍ଟି କରିଥିଲା ।
ଗାଁ ଭିତରେ ଭାଲୁ ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ତେବେ ଭାଲୁଟି ଏହାପରେ ଗାଁର ଏକ କୂଅ ଭିତରକୁ ଖସି ପଡ଼ିଛି । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି ।
Comments are closed.