ସ୍ୱାମୀଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଉଛି-ଅଭିଯୁକ୍ତ ନାରାୟଣଙ୍କ ପତ୍ନୀ

ଭୁବନେଶ୍ବର: ଗତ ସପ୍ତାହରେ କଟକରେ ଆତଙ୍କ ଖେଳାଇଥିବା ସାଇକୋ କିଲର ଏବେ ପୁଲିସ ପଞ୍ଝାରେ। ଅଭିଯୁକ୍ତକୁ ପୁଲିସ ପଚରାଉଚୁରା କରି ବହୁ ଚାଞ୍ଚଲ୍ୟକାରୀ ତଥ୍ୟର ପର୍ଦ୍ଦାଫାସ୍ କରୁଛି। ଅପରପକ୍ଷରେ ସାଇକୋ କିଲରଙ୍କ ପତ୍ନୀ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଉଛି ବୋଲଇ ପତ୍ନୀ ଗୀତାଞ୍ଜଳୀ ସାହୁ କହିଛନ୍ତି।
କଟକ ଟ୍ରିପଲ ମର୍ଡରରେ ନୟାଗଡର ନାରାୟଣ ସାହୁ ଧରା ପଡିବା ପରେ ଏବେ ବହୁ ଲୋମଟାଙ୍କୁରା ତଥ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଏବେ ତାଙ୍କ ପତ୍ନୀ ଗୀତାଞ୍ଜଳି ସାହୁ ନୟାଗଡ ଏସପିଙ୍କୁ ସାକ୍ଷାତ କରିଛନ୍ତି। ଗୀତାଞ୍ଜଳୀଙ୍କ କହିବା ଅନୁଯାୟୀ, ନାରାୟଣ ବ୍ୟବସାୟ ପାଇଁ ବହୁ ଧାର କରଜ କରିଥିଲେ। ଋଣ ସୁଝିବା ପାଇଁ ୧୮ ଲକ୍ଷର ଘରକୁ ୭ ଲକ୍ଷରେ ବନ୍ଧା ପକାଇଥିଲେ। କିନ୍ତୁ ବନ୍ଧକ ରଖିବା ଲୋକ ୩ ଲକ୍ଷ ଦେଇ ମାଡମାରି ରେଜିଷ୍ଟ୍ରୀ କରାଇ ନେଇଥିଲା। ସେହି ଘଟଣା ପରଠାରୁ ସ୍ୱାମୀ ପାଗଳ ହୋଇ ଘରଦ୍ୱାର ଛାଡି ବୁଲୁଛନ୍ତି। ୨୨ ତାରିଖ ଦିନ ଗାଁକୁ ଆସିଥିଲେ। ୨୪ ତାରିଖ ଦିନ ମଧ୍ୟ ଘରେ ରହିଥିଲେ। ସେ ଗାଁରେ ଥିବା ବେଳେ ପୁଲିସ ହତ୍ୟା କରିଥିବା କହୁଛି। ତାଙ୍କ ସ୍ୱାମୀଙ୍କୁ ଏହି ମାମଲାରେ ଫସାଇ ଦିଆଯାଉଛି। ତେଣୁ ତାଙ୍କୁ ଉପଯୁକ୍ତ ନ୍ୟାୟ ଦରକାର ବୋଲି ଗୀତାଞ୍ଜଳୀ କହିଛନ୍ତି। ତେବେ ତାଙ୍କର ବୟାନ ପରେ କଟକ ଡିସିପିଙ୍କୁ ଏହା ଜଣାଇ ଦିଆଯିବ ବୋଲି ପୁଲିସ କର୍ତ୍ତୃପକ୍ଷ କହିଛନ୍ତି।
Comments are closed.