କାଫେ କଫି ଡେ’ର ମାଲିକ ଭିଜି ସିଦ୍ଧାର୍ଥଙ୍କ ଶବ ଉଦ୍ଧାର

ବେଙ୍ଗାଲୁରୁ: ୨ ଦିନ ପରେ କାଫେ କଫି ଡ଼େର ମାଲିକ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥଙ୍କ ମରଶରୀର ଶେଷରେ ମିଳିଛି। ତାଙ୍କର ମରଶରୀର ମାଙ୍ଗାଲୁରର ହୋଗି ବଜାର ଦେଇ ଯାଇଥିବା ନେତ୍ରବାତୀ ନଦୀ କୂଳରୁ ମିଳିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ଦୁଇ ଦିନ ହେବ ନିଖୋଜ ଥିଲେ ସିଦ୍ଧାର୍ଥ। ପ୍ରାୟ ୨୦୦ ଲୋକ ମେଙ୍ଗାଲୁରୁ ନେତ୍ରାବତୀ ନଦୀରେ ତାଙ୍କୁ ଖୋଜୁଥିଲେ।
Karnataka: Body of VG Siddhartha, founder of Café Coffee Day and son-in-law of former CM SM Krishna, has been found on the banks of Netravati River near Hoige Bazaar in Mangaluru pic.twitter.com/J1yDvK2COg
— ANI (@ANI) July 31, 2019
ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟ୍ ସମୟରେ କାଫେ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଗସ୍ତରେ ଯାଉଥିଲେ। ମଝି ରାସ୍ତାରେ ସେ ଗାଡ଼ିରୁ ଓହ୍ଲାଇ ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜର ଚିଫ୍ ଫାଇନାନସିଆଲ ଅଫିସର(ସିଏଫ୍ଓ)ଙ୍କ ସହ କଥା ହୋଇଥିଲେ। ଉକ୍ତ ସମୟରେ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା।
ସୂଚନାଥାଉକି, ସିଦ୍ଧାର୍ଥ ସକଲେଶପୁର ଯାଉଛନ୍ତି ବୋଲି କହି ବେଙ୍ଗାଲୁରୁରୁ ବାହାରିଥିଲେ। ହେଲେ ନିଜର ଡ୍ରାଇଭରକୁ ମାଙ୍ଗାଲୁର ଯିବା ପାଇଁ କହିଥିଲେ। ନେତ୍ରବତୀ ନଦୀର ପୋଲ ଉପରେ ସିଦ୍ଧାର୍ଥ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେଠାରୁ ନିଜ ଡ୍ରାଇଭରଙ୍କ ଯିବା ପାଇଁ କହିଥିଲେ। ସିଦ୍ଧାର୍ଥ କାଫେ କଫି ଡେ’ ପାଇଁ ସାତ ହଜାର କୋଟି ଟଙ୍କା ଋଣ କରିଥିଲେ। ଋଣ ଟଙ୍କା ସୁଝି ନ ପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି।
Comments are closed.