ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଜି ଅଟଳ କମ୍ୟୁନିଟି ସେଣ୍ଟରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର(ଏସିଆଇସି)ର ଶୁଭରାମ୍ଭରେ ଯୋଗ ଦେଇ ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳ କମ୍ୟୁନିଟି ଇନୋଭୋସନ ସେଣ୍ଟର ଏପରି ଏକ ମଞ୍ଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍ ସହ ଯୋଡିବାର ବ୍ୟବସ୍ଥା କରିବ। ଫଳରେ ଏହି ସେଂଟର ଦେଶର ଅର୍ଥନୀତି ଓ ରୋଜଗାରକୁ ବଢାଇବାରେ ବହୁତ ବଡ ମାଧ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏଥି ସହିତ ବିନା ଅଟଳ କମ୍ୟୁନିଟି ସେଣ୍ଟରରେ ଭାରତ ୫ ଟ୍ରିଲିୟନ ଅର୍ଥନୀତି ହୋଇପାରିବ ନାହିଁ।
Unique and incentivized solutions offered by ACIC will encourage students, researchers and other individuals/group of individuals to ideate and design novel solutions. ACIC will also connect innovative thinkers to our market and mainstream economy. pic.twitter.com/uQqc4LGqTe
— Dharmendra Pradhan (@dpradhanbjp) July 31, 2019
ଉର୍ଜା ସଂରକ୍ଷଣରେ ଘରୋଇ ଇନୋଭେସନ ଥିବାବେଳେ ଏଥିରେ ଥିବା ନୀତିଗତ ସଂସ୍କାରରେ ସୁଧାର ଆଣିଲେ ଦେଶର ରୋଜଗାର, ଆମଦାନୀ ଓ ପର୍ଯ୍ୟାବରଣରେ ପରିବର୍ତନ ଆସିପାରିବ। ତେବେ ସବୁ ପଂଚାୟତରେ ଏହି ଏସିଆଇସି ସେଂଟର ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୦ ବର୍ଷରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ୧ ନମ୍ବର ଦେଶ ହେବ। ସେ ସମୟରେ ବିକଳ୍ପ ଉର୍ଜାର ସମ୍ବଳ କଣ ଅଥବା କେଉଁଥିରୁ ଉର୍ଜାର ଉତ୍ପାଦନ ହୋଇପାରିବ ସେ ଦିଗରେ ଏ ସେଂଟର ଅଭିନବ କୌଶଳ ମାଧ୍ୟମରେ ଉର୍ଜା ବାହାର କରିବାର ଆବଶ୍ୟକତା ରହିଛି। ଦେଶରେ ୬୦୦ ମିଲିୟନ ମେଟ୍ରିକ୍ ଟନର ନନ୍ ଫସିଲାଇଜଡ୍ ବାୟୋମାସ କାର୍ବନ ରହିଥିବା ବେଳେ ଏ କମ୍ୟୁନିଟି ସେଂଟର ନୂତନ ପଦ୍ଧତି ଜରିଆରେ ଏହି ଉର୍ଜାକୁ ବାହାର କରିପାରିବ ବୋଲି ସେ କହିଥିଲେ।
ଭାରତରେ ପାଖାପାଖି ୧ କୋଟି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଛନ୍ତି। ଏହି କମ୍ୟୁନିଟି ସେଂଟର ସେମାନଙ୍କୁ ଯଦି ମାର୍କେଟ ସହ ଯୋଡିବାର ପ୍ରଶିକ୍ଷଣ ବା ଶିକ୍ଷା ପ୍ରଦାନ କରିବ ତେବେ ସେମାନେ ବିକୁଥିବା ୩୦ ଟଙ୍କାର ଦ୍ରବ୍ୟ ୨୦୦ ଟଙ୍କାରେ ବିକାଯାଇପାରିବ। ଫଳରେ ସେମାନେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିବା ସହ ଗରିବ ଶ୍ରେଣୀର ଲୋକଙ୍କୁ ଏହି ସଂଟରରେ ଯୋଡିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକୁ ଭୂୟଂସୀ ପ୍ରଶଂସା କରିଥିଲେ।
Comments are closed.