ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ପାଇଲଟ୍ ମାନ୍ୟତା
ପୁରୀ: ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ୍ ପାଇଲଟ୍ ମାନ୍ୟତା। ଗାନ୍ଧୀ ଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ବେଳାଭୂମିକୁ ଏହି ମାନ୍ୟତା ଦିଆଯାଇଛି।
ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ଠିକା ସଂସ୍ଥାର ଇଞ୍ଜିନିୟର ଏବଂ ଅନ୍ୟ ଅଧିକାରୀମାନେ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି।
ଏଠାରେ ପର୍ଯ୍ୟଟକଙ୍କ ଲାଗି ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବ। ବିଶେଷ କରି ସୁରକ୍ଷିତ ଗାଧୁଆ ସ୍ଥାନ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା, ଆଶୁ ଚିକିତ୍ସା, ସିସିଟିଭି, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ଲାଗି ପୃଥକ୍ ଶୌଚାଳୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବିଭିନ୍ନ ସୁବିଧା ପର୍ଯ୍ୟଟକ ପାଇପାରିବେ।
Comments are closed.