Odisha Link
Bridging the Missing Links in Odisha

କୁଳଭୂଷଣ ଯାଧବ ମାମଲା: ଭାରତର ଆଉ ଏକ ବିଜୟ

ନୂଆଦିଲ୍ଲୀ: କୁଳଭୂଷଣ ଯାଧବ ମାମଲାରେ ଭାରତକୁ ଆଉ ଏକ ସଫଳତା। ଅନ୍ତରାଷ୍ଟ୍ରୀୟ କୋର୍ଟରେ ବିଜୟ ପରେ ଭାରତକୁ ସଫଳତା ମିଳିଛି। ପାକିସ୍ତାନ ନିଜର ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କୁ କୂଟନୈତିକ ସହାୟତା ଦେବାକୁ ପ୍ରସ୍ତୁତ ହୋଇଛି। ପାକିସ୍ତାନୀ ମିଡିଆର ଖବର ମୁତାବକ, ଶୁକ୍ରବାର ପାକିସ୍ତାନ କୁଲଭୂଷଣଙ୍କୁ ଆଇନଗତ ସହାୟତା ଦେବାକୁ ରାଜି ହୋଇଛି। କୁଳଭୂଷଣ ଯାଧବଙ୍କୁ ଭାରତୀୟ କୂଟନୈତିକ ସହାୟତା ମିଳିବା ଭାରତ ପାଇଁ ବୃହତ ବିଜୟ। କାରଣ ଏହା ପୂର୍ବରୁ ପାକିସ୍ତାନ କ୍ରମାଗତ କୁଲଭୂଷଣ ଯାଧବଙ୍କୁ କୂଟନୈତିକ ସହାୟତା ଦେବାକୁ ମନା କରି ଆସୁଥିଲା। ମାତ୍ର ମାମଲା ଅନ୍ତରାଷ୍ଟ୍ରୀୟ କୋର୍ଟରେ ପହଞ୍ଚିବାରୁ ଶେଷରେ ପାକିସ୍ତାନକୁ ଏହା ମାନିବାକୁ ପଡ଼ିଛି। ଅନ୍ତରାଷ୍ଟ୍ରୀୟ କୋର୍ଟ ଆଦେଶକୁ ୧୦ଦିନ ପରେ ପାକିସ୍ତାନ ମାନିଛି।

ଗତ ମାସରେ ଅନ୍ତରାଷ୍ଟ୍ରୀୟ କୋର୍ଟ କୁଲଭୂଷଣଙ୍କ ଫାଶି ସଜା ଉପରେ ଜାରି ରୋକକୁ ବଳବତ୍ତର ରଖିଥିଲେ। ଏହା ସହିତ ପାକିସ୍ତାନକୁ ମାମଲାର ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇସିଜେ ପାକିସ୍ତାନର ସମସ୍ତ ଆପତ୍ତିକୁ ଖାରଜ କରିବା ସହିତ ଯାଧବଙ୍କୁ କୂଟନୈତିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ପାକିସ୍ତାନର ଏକ ସୈନ୍ୟ ଅଦାଲତ ଯାଧବଙ୍କୁ ଗୁପ୍ତଚର ଅପରାଧ ଆରୋପରେ ଫାଶି ସଜା ଶୁଣାଇଥିଲା।

Comments are closed.