ବିଧାନସଭାର ବଜେଟ୍ ଅଧିବେଶନ ଆଜି ଶେଷ ହୋଇପାରେ

ଭୁବନେଶ୍ବର : ଧାର୍ଯ୍ୟ ତାରିଖର ୪ ଦିନ ପୂର୍ବରୁ ବଜେଟ୍ ଅଧିବେଶନକୁ ସାରିବାକୁ ସରକାର ନେଇପାରନ୍ତି ନିଷ୍ପତ୍ତି। ସୂଚନା ଅନୁସାରେ ସରକାର ଆଗତ କରିଥିବା ୩ଟି ବିଲ୍ ପାରିତ ହେବାପରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇପାରେ।
ସାଧାରଣ ନିର୍ବାଚନ ପରେ ବିଧାନସଭା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଆରମ୍ଭ ହୋଇ ଜୁଲାଇ ୨ ପର୍ଯ୍ୟନ୍ତ ଚାଲିଥିଲା। ଜୁଲାଇ ୧୨ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା।
Comments are closed.