କାଶ୍ମୀର ପରିସ୍ଥିତି ଭୟଙ୍କର ହେବ: ମୁଫତି
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ୩୫(ଏ)କୁ ଉଚ୍ଛେଦ ପ୍ରସ୍ତାବକୁ ରାଷ୍ଟ୍ରପତି ମୋହର ମାରିବା ସହ ରାଜ୍ୟସଭାରେ ପ୍ରସ୍ତାବ ଆଗତ ହୋଇଛି। ଏହା କରାଯିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। କେନ୍ଦ୍ର ସରକାରଙ୍କ ପଦକ୍ଷେପ ପରେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଫ୍ତି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ ଆଜିର ଦିନ ଏକ ‘କଳା ଦିବସ’। ଧାରା ୩୭୦ ଏବଂ ୩୫(ଏ) ହଟାଇବା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତି ବେଆଇନ ଏବଂ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଫତି। ଏଭଳି ଏକ କଷ୍ଟକର ସମୟରେ ମୁଁ ଲୋକଙ୍କୁ ଆଶ୍ଵାସନା ଦେବାକୁ ଚାହୁଁଛି ଯେ, ଆମେ ସବୁ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରିବା। ଆମର ଅଧିକାର ହାସଲ କରିବା ଲାଗି କେହି ଆମର ସଙ୍କଳ୍ପକୁ ଭାଙ୍ଗିପାରିବେ ନାହିଁ ବୋଲି ମୁଫ୍ତି ଟ୍ବିଟ୍ କରିଛନ୍ତି।
Today marks the darkest day in Indian democracy. Decision of J&K leadership to reject 2 nation theory in 1947 & align with India has backfired. Unilateral decision of GOI to scrap Article 370 is illegal & unconstitutional which will make India an occupational force in J&K.
— Mehbooba Mufti (@MehboobaMufti) August 5, 2019
କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମେହବୁବା ଏବଂ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି।
Comments are closed.