ଧାରା ୩୭୦ ଅନୁଯାୟୀ ଜମ୍ମୁ କଶ୍ମୀରବାସୀଙ୍କୁ କଣ ସ୍ୱତନ୍ତ୍ର ସୁବିଧା ମିଳୁଥିଲା ଜାଣନ୍ତୁ
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଧାରା ୩୭୦କୁ ସବୁ ଆଡ଼େ ଚର୍ଚ୍ଚା। କେନ୍ଦ୍ର ସରକାର ଏହି ଧାରା ଉଠେଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ତାହାଲେ ଜାଣନ୍ତୁ ଧାରା ୩୭୦ କଣ। ୧୯୪୯ ମସିହା ଅକ୍ଟୋବର ୧୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଜାମ୍ମୁ-କାଶ୍ମୀର ରାଜା ହରି ସିଂହଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଏହାପରେ ଭାରତର ସମ୍ବିଧାନରେ ଧାରା-୩୭୦କୁ ସଂଯୋଗ କରାଯାଇଥିଲା। ତେବେ ଧାରା ୩୭୦ ଦ୍ବାରା କଣ ସୁବିଧା ପାଉଥିଲେ କାଶ୍ମୀରବାସୀ ଜାଣନ୍ତୁ।
- ରାଷ୍ଟ୍ରପତିଙ୍କ ପାଖରେ ଜମ୍ମୁ କଶ୍ମୀର ବିଧାନସଭାରେ ନିଆଯାଉଥିବା ନିଷ୍ପତ୍ତିକୁ ଖାରଜ କରିବାର କ୍ଷମତା ନାହିଁ।ଜମ୍ମୁ କଶ୍ମୀରର ପତାକା ଅଲଗା।
- ସେଠାକାର ନାଗରିକଙ୍କ ପାଇଁ ଭାରତର ପତାକାକୁ ସମ୍ମାନ ଦେବା ବାଧ୍ୟତାମୂଳକ ନୁହେଁ।
- ଧାରା ୩୭୦ ଲାଗୁ ହେଉଥିବାରୁ ଜମ୍ମୁ କଶ୍ମୀରରେ ଧାରା ୩୫୬ ଲାଗୁ ହୋଇ ପାରିବ ନାହିଁ।
- ସୁପ୍ରିମକୋର୍ଟଙ୍କ ଆଦେଶ ବା ରାୟ ଜମ୍ମୁ କଶ୍ମୀରରେ ଲାଗୁ ହୁଏ ନାହିଁ।
- ଜମ୍ମୁ କଶ୍ମୀରର ପତାକା ଅଲଗା। ସେଠାକାର ନାଗରିକଙ୍କ ପାଇଁ ଭାରତର ପତାକାକୁ ସମ୍ମାନ ଦେବା ବାଧ୍ୟତାମୂଳକ ନୁହେଁ।
- ଜମ୍ମୁ କଶ୍ମୀର ଲୋକଙ୍କ ପାଖରେ ଦୁଇଟି ନାଗରିକ(ଭାରତ ଏବଂ ଜମ୍ମୁ କଶ୍ମୀର) ପରିଚୟ ପତ୍ର ରହିବ।
- ଭାରତର ସଂସଦ ଜମ୍ମୁ କଶ୍ମୀର ପାଇଁ ଅତ୍ୟନ୍ତ ସୀମିତ କ୍ଷେତ୍ରରେ ଆଇନ ତିଆରି କରିପାରିବ।
- କଶ୍ମୀରରେ ପଞ୍ଚାୟତ ଗଠନର ଅଧିକାର ନାହିଁ।
- ଜମ୍ମୁ କଶ୍ମୀରର ମହିଳା ଯଦି ଭାରତର ଅନ୍ୟ କୌଣସି ରାଜ୍ୟର ବ୍ୟକ୍ତିକୁ ବିବାହ କରନ୍ତି ତାହେଲେ ସେ କଶ୍ମୀରର ନାଗରିକତ୍ୱ ହରାଇବ। ଏମିତିକି ମହିଳା ଜଣଙ୍କ ଯଦି ପାକିସ୍ତାନର କୌଣସି
- ବ୍ୟକ୍ତିଙ୍କୁ ବିବାହ କରନ୍ତି ତାହେଲେ ସେହି ବ୍ୟକ୍ତିଙ୍କୁ ଜମ୍ମୁ କଶ୍ମୀରର ନାଗରିକତ୍ୱ ମିଳିବ।
- ଭାରତୀୟ ନାଗରିକ ଅନ୍ୟ ସମସ୍ତ ରାଜ୍ୟରେ ଜାଗା କିଣି ପାଇବେ କିନ୍ତୁ ଜମ୍ମୁ କଶ୍ମୀରରେ ନୁହେଁ।
- କଶ୍ମୀରରେ ରହୁଥିବା ପାକିସ୍ତାନୀଙ୍କୁ ମଧ୍ୟ ଭାରତୀୟ ଭାବରେ ନାଗରିକତ୍ୱ ମିଳିବ।ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପାଇଁ ଥିବା ଧାରା ୩୬୦ ଦେଶର ସମସ୍ତ ସ୍ଥାନରେ ଲାଗୁ
- ହୋଇପାରୁ ଥିବା ବେଳେ ଏଠାରେ ଲାଗୁ ହୋଇପାରୁ ନଥିଲା।
- ଜମ୍ମୁ କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ। ଦେଶର ଅନ୍ୟ ସମସ୍ତ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ କିନ୍ତୁ ୫ ବର୍ଷ।
- ଧାରା ୩୭୦ ପାଇଁ ଜମ୍ମୁ କଶ୍ମୀରରେ ଆରଟିଆଇ ଆକ୍ଟ ଏବଂ ସିଏଜି ଲାଗୁ ହେବ ନାହିଁ।
Comments are closed.