ଅଯୋଧ୍ୟା ପ୍ରସଙ୍ଗ: ଆଜିଠୁ ଦୈନିକ ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଜିଠୁ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ପ୍ରତିଦିନ ଶୁଣାଣି ହେବ। ମଧ୍ୟସ୍ଥତା ମାଧ୍ୟମରେ ବିବାଦର କୌଣସି ରାସ୍ତା ବାହାର କରିବାର ଉଦ୍ୟମ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରିବେ। ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସି ଏସ.ଏ. ବୋବଡେ, ଜଷ୍ଟିସି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସି ଏସ. ଏ. ନଜୀର ମଧ୍ୟ ସାମିଲ ଅଛନ୍ତି।
ସୂଚନାଥାଉକି, ଅଗଷ୍ଟ ୧ରେ ମଧ୍ୟସ୍ଥତା କମିଟି ସୁପ୍ରିମକୋଟରେ ସିଲ ବନ୍ଦ ଲଫାଫାରେ ଫାଇନାଲ ରିପୋର୍ଟ ଦାଖଲ ଦେଇଥିଲେ ଏବଂ ପୁଣି ସୁପ୍ରିମକୋର୍ଟ ରିପୋର୍ଟ କହିଥିଲେ ଯେ, ମଧ୍ୟସ୍ଥତା କମିଟି ମାଧ୍ୟମରେ ମାମଲାର କୌଣସି ସମାଧାନ ହୋଇପାରିବ ନାହିଁ। ସୁପ୍ରିମକୋର୍ଟ ପୂର୍ବରୁ କହିଥିଲେ ଯେ, ଯଦି ନିଜସ୍ୱ ବୁଝାମଣାରେ ସମସ୍ୟାର କୌଣସି ସମାଧାନ ନ ବାହାରିବ, ତା’ ହେଲେ ଦୈନିକ ଶୁଣାଣୀ ହେବ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ।
ସୁପ୍ରିମାକୋର୍ଟ ମାମଲାର ଶୁଣାଣୀ କରିବାକୁ ଯାଇ କହିଥିଲେ ଯେ, ଏହି ମାମଲାରେ ମଧ୍ୟସ୍ଥତା ଉଦ୍ୟମ ସଫଳ ହୋଇ ନାହିଁ । କମିଟି ମଧ୍ୟରେ ଓ ବାହାରେ ପକ୍ଷକାରଙ୍କ ରୂପରେଖ ପରିବର୍ତ୍ତନ ହୋଇ ପାରିଲା ନାହିଁ। କୋର୍ଟ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାରେ ଗଠିତ ମଧ୍ୟସ୍ଥତା କମିଟି ଭଙ୍ଗ କରି କହିଥିଲେ ଅଗଷ୍ଟ ୬ରୁ ମାମଲାର ଦୈନିକ ଶୁଣାଣୀ ହେବ। ଏହି ଶୁଣାଣୀ ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ହେବ।
Comments are closed.