ଇସ୍ତଫା ଦେବେ ଡିଜିପି !
![](https://www.odishalink.com/wp-content/uploads/2019/08/SRC-11.jpg)
ଭୁବନେଶ୍ୱର: ବଦଳିବେ ଡିଜିପି । ବର୍ତ୍ତମାନର ଡିଜିପି ଆର.ପି ଶର୍ମାଙ୍କ ସ୍ଥାନରେ ଆଉ ଜଣଙ୍କୁ ଡିଜିପି ଭାବେ ନିଯୁକ୍ତ କରାଯିବ । କାରଣ ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ ।
ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶ୍ରୀ ଶର୍ମାଙ୍କ ନାମକୁ ସୁପାରିଶ କରାଯାଇଥିଲା । ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ଜଣାଯାଇଛି ।
ତେବେ ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ଡିଜିପି ବଦଳିବେ । ଖୁବ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ସ୍ପଷ୍ଟ ହୋଇଛି ।
ଆରପି ଶର୍ମା ପୂର୍ବରୁ ଭିଆରଏସ ପାଇଁ ଆବେଦନ କରିଥିଲେ । ଯାହା ଏବେ ବିଚାରାଧୀନ ରହିଛି । ତେବେ ରାଜ୍ୟ ସରକାର ତାଙ୍କ ଭିଆରଏସ ଆବେଦନକୁ ଗ୍ରହଣ କରିବା ପରେ ଆଜି ହିଁ ଶ୍ରୀ ର୍ଶମା ଇସ୍ତଫା ଦେଇପାରନ୍ତି ବୋଲି ପାୱାର କରିଡୋରରେ ଚର୍ଚ୍ଚା ହେଉଛି।
ତେବେ ଡିଜିପି ପଦବୀ ପାଇଁ ରାଜ୍ୟରେ ବହୁ ଯୋଗ୍ୟ ଅଧିକାରୀ ଥିବାବେଳେ ରାଜ୍ୟ ସରକାର କାହାକୁ ପରବର୍ତ୍ତୀ ଡିଜିପିଭାବେ ନିଯୁକ୍ତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
Comments are closed.