ନଦୀରେ ଭାସିଗଲେ ଯୁବକ

କଳାହାଣ୍ଡି : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାର ତୁଜେର ନିକଟରେ ପ୍ରବାହିତ ପେଟଫୁଲା ନଦୀରେ ଭାସିଯାଇ ବୁଧବାର ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ କାଠକୁରା ଗ୍ରାମର ସନାତନ ମାଝି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପେଟଫୁଲା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଫଳରେ ଥୁଆମୂଳ ରାମପୁର ଅଞ୍ଚଳର ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି।
Comments are closed.