ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଚୌଦ୍ୱାର କଲେଜ ପରିଦର୍ଶନ

ଭୁବନେଶ୍ୱର : ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଚୌଦ୍ୱାର କଲେଜ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟାପକମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କର ଅଳ୍ପସଂଖ୍ୟକ ଉପସ୍ଥାନ ଦେଖି ମନ୍ତ୍ରୀ ଡ. ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ଅଭି ଭାବକମାନଙ୍କୁ ପତ୍ର ଲେଖି ଏବଂ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀଗୃହରେ ଉପସ୍ଥାନ ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
Comments are closed.