ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ ଆଜି

ପୋର୍ଟ ଅଫ୍ ସ୍ପେନ୍: ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ସିରିଜର ପ୍ରଥମ ଦିନିକିଆ ବର୍ଷାରେ ବାତିଲ ହେବା ପରେ ୨ୟ ଦିନିକିଆରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା। ଟିମ୍ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟ ନେଇ ଆଜି ମଇଦାନକୁ ଓହ୍ଲାଇବ। ଅପରପକ୍ଷେ ଘରୋଇ ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆରେ ବିଜୟୀ ହୋଇ ସିରିଜ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଓ୍ବେଷ୍ଟଇଣ୍ଡିଜ।
ଦ୍ବିତୀୟ ଦିନିକିଆରେ ବିରାଟ କୋହଲି ଶତକ ହାସଲ କରିଥିବା ବେଳେ ଭୁବନେଶ୍ବର କୁମାର ୪ଟି ୱିକେଟ ନେଇ ଟିମ୍ ଇଣ୍ଡିଆକୁ ଜିତାଇଥିଲେ। ଏହି ବିଜୟ ଫଳରେ ଭାରତ ନିଶ୍ଚିତ କରିଛି ଯେ ସିରିଜ୍ରେ ଏହାର ପରାଜୟ ଅସମ୍ଭବ। ୱେଷ୍ଟଇଣ୍ଡିଜ୍ ୩ୟ ତଥା ଅନ୍ତିମ ମ୍ୟାଚ୍ ଜିତିଲେ ବି ଏହା ସିରିଜ୍ ବରାବର ରଖିପାରିବ କିନ୍ତୁ ଜିତିବା ସମ୍ଭବନୁହେଁ। ବୁଧବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଫର୍ମରେ ଥିବା ଭାରତ ଏହି ମ୍ୟାଚ୍ ଜିତି ଆଉ ଏକ ସିରିଜ୍ ଜିତିବାକୁ ଚାହିଁବ। ଅନ୍ୟପକ୍ଷରେ ଭାରତକୁ ସିରିଜ୍ ବିଜୟରୁ ବଞ୍ଚିତ କରିବା ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍ ଜିତିବାକୁ ସମସ୍ତ ପ୍ରୟାସ କରିବ।
ଭାରତୀୟ ଦଳ ଏହି ସିରିଜ୍ ବିଜୟୀ ହୋଇନଥିବାରୁ ବୁଧବାର ୩ୟ ଦିନିକିଆରେ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିବାର ସମ୍ଭାବନା କମ୍। ତଥାପି ବାମହାତି ପେସ୍ ବୋଲର ଖଲିଲ ଅହମ୍ମଦଙ୍କ ସ୍ଥାନରେ ଯୁବ ପେସ୍ ବୋଲର ନବଦୀପ ସୈନିଙ୍କୁ ଖେଳାଇବା କଥା ଭାରତ ଚିନ୍ତା କରିପାରେ। ଟ୍ବେଣ୍ଟି୨୦ ସିରିଜ୍ରେ ନବଦୀପ ଚମତ୍କାର ବୋଲିଂ କରିଥିଲେ। ଅପରପକ୍ଷେ ଭାରତୀୟ ବୋଲର ଏହି ଗସ୍ତରେ ସମସ୍ତ ମ୍ୟାଚରେ ଚମତ୍କାର ବୋଲିଂ କରିଛନ୍ତି। ବିଶେଷକରି ନୂଆବଲ୍ରେ ଭୁବନେଶ୍ବର କୁମାର ଓ ମହମ୍ମଦ ସାମି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ କୌଣସି ସୁଯୋଗ ଦେଇନାହାନ୍ତି।
ଓପନର ଶିଖର ଧାଓ୍ବନ ଏବଂ ଯୁବ ଓ୍ବିକେଟକିପର ଋଷଭ ପନ୍ଥକୁ ନେଇ ଟିମ୍ ଇଣ୍ଡିଆ ଚିନ୍ତାରେ। ଓପନର ଶିଖର ଧାଓ୍ବନଙ୍କ ଖରାପ ଫର୍ମ ଟିମ୍ ଇଣ୍ଡିଆର ଚିନ୍ତାର କାରଣ। ଟି-୨୦ ପରେ ଦିନିକିଆରେ ମଧ୍ୟ ଶିଖରଙ୍କ ଖରାପ ଫର୍ମ ଜାରି ରହିଛି। ବିଫଳ ହୋଇଥିବା ଧାୱନ ଏକ ବଡ଼ ସ୍କୋର୍ ସହ ଫର୍ମକୁ ଫେରିବାକୁ ଚାହିଁବେ। ଯୁବ ଓ୍ବିକେଟ କିପର ଋଷଭ ପନ୍ଥ ଭଲ ଆରମ୍ଭ କରିବା ସତ୍ତ୍ବେ ୱିକେଟ ଫିଙ୍ଗିବା ଦଳକୁ ନିରାଶ କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ପନ୍ଥ ଏହି ସୁଯୋଗର ସଦ୍ବ୍ୟବହାର କରିବେ ବୋଲି ଆଶା କରା ଯାଉଥିଲେ ହେଁ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍କୁ ଛାଡ଼ି ପନ୍ତ୍ ବଡ଼ ସ୍କୋର୍ କରି ପାରିନାହାନ୍ତି। ତେବେ ଦଳର ସମର୍ଥନ ପନ୍ଥଙ୍କ ପଛରେ ରହିଛି। ତଥାପି ଆୟରଙ୍କୁ ୪ନଂ ସ୍ଥାନରେ ଖେଳାଇ ପନ୍ତ୍ଙ୍କୁ ୫ନଂ ସ୍ଥାନକୁ ଟିମ୍ ଇଣ୍ଡିଆ ଆଣିପାରେ।
ୱେଷ୍ଟଇଣ୍ଡିଜ୍ ପାଇଁ ସର୍ବାଧିକ ଦିନିକିଆ ରନ୍ ସ୍କୋର୍ କରିଥିବା କ୍ରିସ୍ ଗେଲ୍ ଜୀବନର ଅନ୍ତିମ ଦିନିକିଆ ସିରିଜ୍ ଖେଳୁଥିବା ବେଳେ ଅନ୍ତିମ ମ୍ୟାଚ୍ରେ ସେ ନିଜର ଛାପ ଛାଡ଼ିବାର ପ୍ରୟାସ କରିବେ। ଏଭିନ୍ ଲୁଇସ୍, ସିମ୍ରନ୍ ହେତ୍ମେୟର ଓ ନିକୋଲାସ୍ ପୁରନ୍ ୨ୟ ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର୍ କରି ପାରିନଥିଲେ। ଭାରତକୁ ପରାସ୍ତ କରିବାକୁ ହେଲେ ଏହି ୩ ବ୍ୟାଟ୍ସମ୍ୟାନଙ୍କ ସହ ସାଇ ହୋପ୍ ଓ କ୍ରିସ୍ ଗେଲ୍ଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ଦୁଇ ଅଲ୍ରାଉଣ୍ଡର ରୋଷ୍ଟନ୍ ଚେଜ୍ ଓ ଅଧିନାୟକ କାର୍ଲୋସ ବ୍ରାଥ୍ୱେଟ୍ ତଳଅର୍ଡରରେ ଯୋଗଦାନ କରିପାରିବେ। ୱେଷ୍ଟଇଣ୍ଡିଜ୍ ତା’ର ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ କରିପାରେ। ପେସ୍ ବୋଲର ଓସାନେ ଥମାସ୍ଙ୍କ ସ୍ଥାନରେ କିମୋ ପଲ୍ ଖେଳିପାରନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବାକୁ ହେଲେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ।
Comments are closed.