ବିଦ୍ୟାଳୟରେ ଲାଗିଲା ମାଓ ପୋଷ୍ଟର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କଲରାପଡା ପ୍ରାଥମିକ ବିଦ୍ୟାଳୟରେ ମେନପୁର ମାଓ ଡିଭିଜନ ତରଫରୁ ମାଓ ପୋଷ୍ଟର ଲଗାଇ ଅଗଷ୍ଟ ୧୫କୁ କଳା ଦିବସ ରୂପେ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କୁ ଅବହେଳା କରୁଛନ୍ତି, ଗାଁ ଗୁଡିକୁ ରାସ୍ତା, ସ୍କୁଲ, ପାନୀୟ ଜଳ ଓ ଆଦିବାସୀଙ୍କୁ ଜମିପଟା ଦିଆଯାଉ ନଥିବାରୁ ଆଦିବାସୀଙ୍କ ପାଇଁ ଲଢେଇ କରୁଥିବେ ବୋଲି ଉଲ୍ଲେଖ କରିଛନ୍ତି। ଗତକାଲି ରାତିରେ ଏହି ବ୍ୟାନର ଲଗାଯାଇଥିବାର କଲରାପଡା ସ୍କୁଲର ଶିକ୍ଷକ କହିଛନ୍ତି।
Comments are closed.