ଚାଷ ଜମିରେ ପଶିଲା ବନ୍ୟାଜଳ
![](https://www.odishalink.com/wp-content/uploads/2019/08/flood-wate.jpg)
କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକରେ ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି। ନୀଳାଚଳ ବଜାର ନିକଟରେ ଥିବା କୋଦାକଣ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାପାଣି ପଶିବା ଦେଖିବାକୁ ମିଳିଛି। ଖୁରିସିଆ, ପାଟୁଳିପଙ୍କ, ତିଖିରି, ଟିକରପଙ୍ଗା,ଅମେଇପାଳ ପଞ୍ଚାୟତର ଜମିରେ ପାଣି ମାଡି ଯାଇଛି।
ସ୍ଲୁଇସ୍ ଗେଟ୍ ର ନିମ୍ନମାନର କାମ ସହିତ କାର୍ଯ୍ୟରେ ବିଳମ୍ବ ଯୋଗୁ ଚାଷୀ ମୁଣ୍ଡରେ ଚଡକ ପଡିଛି। ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏଣେ ସମୁଦ୍ର ଜୁଆର ବଢୁଛି। ସ୍ଲୁଇସ୍ ଗେଟ୍ ମୁହଁକୁ ବାଲିବସ୍ତା ପକାଇ ବନ୍ଦ କରାଯାଇଥିଲା। ମାତ୍ର ତାହା ଭାସିଯାଇଛି, ତେଣୁ ପାଣି ମାଡି ଯାଇଛି ଚାଷ ଜମିକୁ। ହୀରାକୁଦରେ ବନ୍ୟାଜଳ ନିଷ୍କାସନ ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି।
Comments are closed.