ଆଜି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନାମ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ: କିଏ ହେବ ଭାରତୀୟ ଦଳର କୋଚ୍? ସେ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଛି। ଲାଗି ରହିଥିବା କଳ୍ପନା ଜଳ୍ପନା ଆଜି ସନ୍ଧ୍ୟାରେ ଶେଷ ହେବାକୁ ଯାଉଛି। କାରଣ ଆଜି ବିସିସିଆଇକୁ ନୂଆ କୋଚ୍ ମିଳିବେ। ଏହାସହ ସହଯୋଗୀ ଷ୍ଟାଫଙ୍କ ନମା ମଧ୍ୟ ଆଜି ଘୋଷଣା କରାଯିବ। ବିସିସିଆଇ ଏନେଇ ଟ୍ୱିଟ କରିଛି। ଆଜି ସଂଧ୍ୟା ୭ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଔପଚାରିକ ଭାବେ ଘୋଷଣା କରାଯିବ।
Board of Control for Cricket in India (BCCI) will hold a press conference today at 7 pm in Mumbai to announce Indian Cricket Team's (Senior Men) Head Coach. pic.twitter.com/PL1BFmdbbU
— ANI (@ANI) August 16, 2019
ଖବର ମୁତାବକ, ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟସମ୍ୟାନ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦଳର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ ଓ ଫିଲ୍ଡିଂ କୋଚଙ୍କ ନାମ ଘୋଷଣା କରିବେ। ତେବେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ ରବି ଶାସ୍ତ୍ରୀ ହିଁ ଦଳର କୋଚ ଭାବେ ପୁନଃ ନିଯୁକ୍ତି ପାଇବେ। କିନ୍ତୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚରେ ପରିବର୍ତନ ହୋଇପାରେ।
Comments are closed.