ଯୁବକଙ୍କ ଭିଡିଓ ଭାଇରାଲ, ଟ୍ରେନିଂ ଦାୟିତ୍ୱ ହାତକୁ ନେଲେ କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ: ସୋଶିଆଲ ମିଡ଼ିଆ କେତବେଳେ କାହା ଭାଗ୍ୟ ବଦେଳେଇ ଦେବ ତାହା କେବେ କହି ହେବ ନାହିଁ। ସୋଶିଆଲ ମିଡ଼ିଆରେ କେବେ କିଏ ଚର୍ଚ୍ଚିତ ହେବ ଚର୍ଚ୍ଚିତ ହୋଇଥିବା ଲୋକ ହିଁ ଜାଣି ନଥାଏ। କିଛି ଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଦେଖା ଯାଇଥିଲା। ଖାଲି ପାଦରେ ଜଣେ ଯୁବକ ୧୧ ସେକେଣ୍ଡ ମଧ୍ୟରେ ୧୦୦ ମିଟର ଅତିକ୍ରମ କରି ଯାଉଥିବା ଦେଖାଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଯୁବକଙ୍କ ଟ୍ରେନିଂ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ।
India is blessed with talented individuals. Provided with right opportunity & right platform, they'll come out with flying colours to create history!
Urge @IndiaSports Min. @KirenRijiju ji to extend support to this aspiring athlete to advance his skills!
Thanks to @govindtimes. pic.twitter.com/ZlTAnSf6WO
— Shivraj Singh Chouhan (@ChouhanShivraj) August 16, 2019
ଯୁବକଜଣଙ୍କ ନାଁ ରାମେଶ୍ୱର ଗୁରୁଜାର ବୋଲି ଜଣା ପଡ଼ିଥିବା ବେଳେ ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣା ପଡ଼ିଛି। ତାଙ୍କ ଭିଡିଓକୁ ଅଗଷ୍ଟ ୧୬ ତାରିଖରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଟୁଇଟ୍ କରିଥିଲେ। ଯାହା ପରେ ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଥିଲା। ଟୁଇଟ୍ କରି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ ଶିବରାଜ ସିଂହ। ଭିଡିଓ ଦେଖି ପ୍ରଥମେ ମଧ୍ୟପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଜିତୁ ପଟଓ୍ଵାରୀ ରାମେଶ୍ୱରଙ୍କୁ ଭୋପାଲ ଡ଼କାଇଥିଲେ। ଏହା ପରେ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଏ ନେଇ ସୂଚନା ମିଳିବା ପରେ ସେ ରାମେଶ୍ୱରଙ୍କ ସମସ୍ତ ଟ୍ରେନିଂ ଦାୟିତ୍ୱ ନେବେ ବୋଲି କହିଥିବା ଜଣା ପଡ଼ିଛି।
Comments are closed.