ଭୁଟାନରେ ମୋଦି, ରୁପେ କାର୍ଡର ହେବ ଶୁଭାରମ୍ଭ
ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି ମୋଦି। ନରେନ୍ଦ୍ର ମୋଦିଙ୍କୁ ଭୁଟାନ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କିଭଳି ଆହୁରି ମଜବୁତ ହେବ ତାହା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଦୁଇ ଦେଶ। ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ଭୁଟାନ ଗସ୍ତ।
རྩ་ཆེ་བའི་དུས་ཆེན་བརྩི་བསྲུང་ཞུ་ནིའི་དོན་ལུ་འབྲུག་ལུ་ད་ལྟོ་ཁམས་ཅིག་ཁར་ལྷོད་ཅི། སྤ་གྲོའི་གནམ་ཐང་ལུ་འབྲུག་གི་བློན་ཆེན་མཆོག་ཁོ་རང་བྱོན་གནང་མི་ལུ་ཧིང་ལས་བཀའ་དྲིན་ཆེ་ཟེར་ཞུ་ནི་དང་ཁོ་གོ་མཛད་སྤྱོད་འདི་གིས་སེམས་ཚོར་ཤུགས་སྦེ་རང་སྤྲོད་ཅིག་ཟེར་ཞུ་ནི། @PMBhutan pic.twitter.com/f9rm7ulyQU
— Narendra Modi (@narendramodi) August 17, 2019
ଭୁଟାନରେ ଅବସ୍ଥାପିତ ଭାରତୀୟ ରାଜଦୂତ ଋଚିରା କୁମାରଙ୍କ ଅନୁସାରେ ଦୁଇ ଦେଶ ମଧ୍ୟରେ ୧୦ଟି ଏମଓୟୁ ହସ୍ତାକ୍ଷର ହେବ। ଏହାବ୍ୟତୀତ ୫ଟି ଯୋଜନାର ଲୋକାର୍ପଣ ସାଙ୍ଗକୁ ରୁପେ କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଭୁଟନା ପ୍ରଧାନମନ୍ତ୍ରୀ ଡକ୍ଟର ଏଲ୍ ଶୋରିଂଗ ସୋଶାଲ ମିଡିଆ ଫେସବୁକରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ଉପରେ ଏକ ପୋଷ୍ଟ କରିଥିଲେ। ଏଥିସହ ମୋଦିଙ୍କ ସରଳ ବ୍ୟକ୍ତିତ୍ୱ ଓ ଜୀବନଶୈଳୀକୁ ପ୍ରଶଂସା କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ କରି ଶେୟାର କରିଥିଲେ।
Comments are closed.