ଜାହାଜରୁ ତେଲ ଲିକ ସମ୍ଭାବନା କମ: ସିଡିଏ

ଚିଲିକା : ମାଲେସିଆ ଜାହାଜରୁ ତେଲ ଲିକ ସମ୍ଭାବନା କମ ଅଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି। ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ମାଲେସୀୟ ଜାହାଜ ଉପରେ ନଜର ରଖିଛନ୍ତି। ଜାହାଜରୁ ତେଲ ଲିକ ହେବା ସମ୍ଭାବନ କମ ରହିଛି। ଆମେ ଏସଓପିରେ କାମ କରୁଛୁ।
ପ୍ରକାଶ ଯେ, ଜାହାଜ ‘ଜିନ ୱା’ ତେଲ ଲିକ ସମ୍ଭାବନା ଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଥିଲା। ଜାହାଜରେ ମୋଟ ୩୩ ହଜାର ଲିଟର ତେଲ ଥିବା କୋଷ୍ଟଗାର୍ଡ ଜଣାଇଥିଲା।
Comments are closed.