୪ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ଜେଜେବାପା ଥାନାଲେ ଲିଖିତ ଅଭିଯୋଗ କରିଛନ୍ତି।
ଗତ ୧୭ ତାରିଖ ଦିନ ଶିଶୁଟିକୁ ଗାଁର ଜଣେ ସଂପର୍କୀୟ ଭାଇ ଘରକୁ ଡାକିଥିଲା। ପରେ ଶିଶୁଟିକୁ ଦୁଷ୍କର୍ମ କରିଥିଲା। ଏନେଇ ଶିଶୁଟି ଘରେ କହିବା ପରେ ପରିବାର ଲୋକେ ଗାଁ କମିଟିକୁ କହିଥିଲେ। ତେବେ ଗାଁ କମିଟି କୌଣସି ନିଷ୍ପତ୍ତି ନ ନେଇପାରିବା ପରେ ଶେଷରେ ପରିବାର ଲୋକେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଶିଶୁଟିର ଡାକ୍ତରୀ ମାଇନା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଫେରାର୍ ହୋଇଯାଇଛି।
Comments are closed.