ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁତର ଅସୁସ୍ଥ ହୋଇଥିବା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର)ଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବର୍ତ୍ତମାନ ଜିତୁ ମିତ୍ର ଗୁରୁତର ଅସୁସ୍ଥ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ହେଉଛନ୍ତି। ମୁମ୍ବାଇ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଜିତୁ ମିତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିବା ସହ ତାଙ୍କୁ ସାକ୍ଷାତ କରିଛନ୍ତି। ପୂର୍ବତନ ଡିଜି ଅରୂପ ପଟ୍ଟନାୟକ ମଧ୍ୟ ସେଠାରେ ପହଞ୍ଚି ଆବଶ୍ୟକୀୟ ସହଯୋଗ କରିଛନ୍ତି।
ଜିତୁ ମିତ୍ରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହ ମୁମ୍ବାଇ ଯାଇ ଜିତୁ ମିତ୍ରଙ୍କ ଚିକିତ୍ସା ତଦାରଖ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକ ଚିଠି ଜରିଆରେ ବିଧାୟକ ଜିତୁ ମିତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଥାଉକି, ବିଧାୟକ ଶ୍ରୀ ମିତ୍ର କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।
Comments are closed.