ପ୍ରବଳ ବର୍ଷା ଓ ଭୂସ୍ଫଳନ ଯୋଗୁଁ ଉତ୍ତରାଖଣ୍ଡରେ ୧୭ ମୃତ

ଉତ୍ତରାଖଣ୍ଡ: ଦକ୍ଷିଣ ଭାରତରେ ବର୍ଷା ତାଣ୍ଡବ ରଚିବା ପରେ ଏବେ ଉତ୍ତର ଭାରତରେ ତାଣ୍ଡବ ରଚୁଛି ବର୍ଷା। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୁସ୍ଫଳନ ହେବା ଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଉତ୍ତରାଖଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ଏନଡିଆରଏଫ, ଏସଡିଆରଏଫ ଓ ବାୟୁସେନାର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Secretary (Incharge) Disaster Management, S A Murugesan, to ANI: 17 people have died in the cloud burst in Mori tehsil of Uttarkashi. #Uttarakhand pic.twitter.com/ZkzlsM2YnZ
— ANI (@ANI) August 19, 2019
ପର୍ବତରେ ପ୍ରବଳ ବର୍ଷା ଯୋଗୁଁ ରବିବାର ହିମାଚଳ ପ୍ରଦେଶରେ ୨୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ବର୍ଷା ଯୋଗୁଁ ରାଜ୍ୟ ସରକାର ଶିମଲା, କୁଲ୍ଲୁ, ବିଲାସପୁର ଓ ସୋଲନ ଜିଲ୍ଲାରେ ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆହୁରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜଣେ ଅଧିକାରୀ କହିଛନ୍ତି ବର୍ଷା ଯୋଗୁଁ ରାଜ୍ୟର ମୋଟ ୪୯୦ କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି।
Uttarakhand: Rescue operations underway in Uttarkashi's Mori tehsil following cloudburst in the area. pic.twitter.com/dm1rFNw9gi
— ANI (@ANI) August 19, 2019
ଅପରପକ୍ଷେ, କେରଳରେ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୧୧୬ ପହଂଚିଥିବା ବେଳେ ମଲପୁରମର କଭଲପ୍ପାରା ଓ ୱାୟନାଡର ପୁଥୁମଲାରେ ମୃତଦେହଗୁଡ଼ିକ ଚିହ୍ନିବା ପାଇଁ ଗ୍ରାଉଣ୍ଡ ପେନେିଟ୍ରେଟିଙ୍ଗ ରାଡାର (ଜିପିଆର) ବ୍ୟବହାର କରିଛି। ସରକାର ତରଫରୁ ରାଜ୍ୟବ୍ୟାପୀ ବିପର୍ଯ୍ୟୟ ରିପୋର୍ଟରେ କୁହାଯାଇଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ହୋଇଥିବା ବର୍ଷାରେ ୧୧୬ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୮୩ ହଜାର ୪୩ ଲୋକଙ୍କୁ ୫୧୯ ଆଶ୍ରୟସ୍ଥଳରେ ରଖାଯାଇଛି।
Comments are closed.