ସଡ଼କ ଦୁର୍ଘଟଣାରେ ୨ ମୃତ
![](https://www.odishalink.com/wp-content/uploads/2019/08/Accident-khorda-2.jpg)
ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବେଲପଡ଼ା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବେଲପଡ଼ା ଛକରେ ରାସ୍ତା ଉପରେ ଏକ ଟ୍ରକ ଠିଆ ହୋଇଥିଲା। ଏହି ସମୟରେ ଆଉ ଏକ ଟ୍ରକ ପଛ ପଟୁ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଠିଆ ହୋଇଥିବା ଟ୍ରକର ଚାଳକ ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
Comments are closed.