ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଚିନ୍ମୟ ସାହୁ

କଟକ : ଆଜି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବିଜେଡି ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ। ଆଜି କଟକସ୍ଥିତ ଓଏସ୍ଆଇସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଚିନ୍ମୟ ସାହୁ।
ନିଜ କାର୍ଯ୍ୟରେ ଯୋଗ ଦେଇ ଚିନ୍ମୟ ସାହୁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କ୍ଷୁଦ୍ର ଶିଳ୍ପକୁ ସର୍ବ ପ୍ରଥମେ କିପରି ସୁରକ୍ଷା ଦିଆଯାଇ ପାରିବ ସେ ନେଇ କାର୍ଯ୍ୟ କରିବି ବୋଲି କହିଛନ୍ତି ଚିନ୍ମୟ। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ମୋ ଭଳି ଯୁବ ନେତାଙ୍କୁ ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିରକୃତଜ୍ଞ ରହିବି ବୋଲି କହିଛନ୍ତି। ଏହାସହ ଯୁବବର୍ଗ କିଭଳି ନିଯୁକ୍ତି ପାଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବି କହିଛନ୍ତି।
ରାଜ୍ୟରେ ଥିବା କ୍ଷୁଦ୍ର ଶିଳ୍ପର କିପରି ଉନ୍ନତି ହେବ ଏବଂ ଶିଳ୍ପର କିପରି ରାଜ୍ୟ ବାହାରେ ଏବଂ ଦେଶ ବାହାରେ ମାର୍କେଟିଂ ହୋଇ ପାରିବ ସେ ନେଇ ଚେଷ୍ଟା କରିବି ବୋଲି କହିଛନ୍ତି ଚିନ୍ମୟ ସାହୁ। ଏହା ପୂର୍ବରୁ ତାଙ୍କୁ ମିଳିଥିବା ଦାୟିତ୍ବକୁ ସୁଚାରୁରୂପେ କାର୍ଯ୍ୟ କରିଛନ୍ତି ଚିନ୍ମୟ। ଚିନ୍ମୟ ସାହୁ ବାଣୀ ବିହାରର ପୂର୍ବତନ ଛାତ୍ର ସଭାପତି ଥିଲେ। ଏହାସହ ବିଜେହି ଛାତ୍ର ଉପଦେଷ୍ଟା ଭାବରେ କାର୍ଯ୍ୟ ତୁଲାଉଛନ୍ତି।
Comments are closed.