ହତ୍ୟା ଅଭିଯୋଗରେ ଜେଲ୍ ଦଣ୍ଡ ଭୋଗୁଥିବା କଏଦୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ଜେଲ୍ ଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ନାୟକ। ତାଙ୍କ ଘର ବଡିବିଲ ଥାନ ହିସାବୁରୁରେ ଅଞ୍ଚଳରେ।
ସୂଚନା ଅନୁସାରେ, ୨୦୧୭ ମସିହାରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିଲେ ବିପିନ ନାୟକ। ଆଜି ସକାଳୁ ଜେଲ୍ରେ ଥିବା ସମୟରେ ବିପିନଙ୍କ ଛାତିରେ ଯନ୍ତ୍ରଣା ହେବ ସହ ବାନ୍ତି ହୋଇଥିଲା। ଜେଲ୍ ଡାକ୍ତର ତାଙ୍କ ଚିକିତ୍ସା କରିବା ସହ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.