ଚିଲିକା କୂଳରେ ମାଲେସିଆ ଜାହାଜ : ତେଲ ନିର୍ଗତ ହେଲେ ପ୍ରଦୂଷିତ ହେବ ଚିଲିକା

ଭୁବନେଶ୍ବର : ଚିଲିକା ପ୍ରତି ବିପଦ ସୃଷ୍ଟି କରିଛି ମାଲେସିଆ ଜାହାଜ। ବିଶେଷ କରି ଜାହାଜରେ ଥିବା ୩୩ ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ବଢିଯାଇଛି ଚିନ୍ତା। ପରିବେଶବିତ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି, ଜୈବ ବିବିଧତା ଉପରେ ଏହାର କୁପ୍ରଭାବ ପଡିବ। ମାଛ ଉତ୍ପାଦନ ପ୍ରଭାବିତ ହେବା ସହ ଚିଲିକା ଉପରେ ପ୍ରଭାବ ପଡିବ।
ସମୁଦ୍ରରେ ଲାଗିଥିବା ମାଲେସିଆ ଜାହାଜ ଖୁବଜୋରରେ ଦୋହଲୁଛି। ପ୍ରବଳ ଢେଉରେ ଏହା ଓଲଟି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଜାହାଜଟି ଓଲଟି ପଡିଲେ ଏଥିରେ ମହଜୁଦ ଥିବା ପ୍ରାୟ ୩୩ ଜହାର ଲିଟର ତେଲ ଚିଲିକା ପ୍ରତି ବଡ ବିପଦ ଆଣିଦେବ। ସେହିପରି ଗତ ୭ ତାରିଖରୁ କାର୍ଗୋ ଜାହାଜଟି ଲାଗି ରହିଥିବାବେଳେ, ଭାସିଭାସି ଜାହାଜଠାରୁ ଅଲଗା ହୋଇଯାଇଛି କଣ୍ଟେନର । ଏହା ଚିଲିକା ମୂହାଣକୁ ସଂକୀର୍ଣ୍ଣ କରିଦେବାର ମଧ୍ୟ ଆଶଙ୍କା ଉପୁଜିଛି ।
Comments are closed.