Odisha Link
Bridging the Missing Links in Odisha

ମେୟରଙ୍କ ପୁଅ ମୋତେ ଆଖି ମାରୁଥିଲେ : ମହିଳା କର୍ପୋରେଟର

ପାଟଣା : ପାଟଣା ମହାନଗର ନିଗମରେ ବୈଠକ ଚାଲିଥିବା ବେଳେ କିଛି କର୍ପୋରେଟରମାନେ ହୋହଲ୍ଲା କରିଥିଲେ। ବୈଠକରେ ମେୟରଙ୍କ ପୁଅ ବିରୋଧରେ ପିଙ୍କି କୁମାରୀ ନାମକ ଜଣେ ମହିଳା କର୍ପୋରେଟର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମେୟରଙ୍କ ପୁଅ ତାଙ୍କୁ ଆଖି ମାରୁଥିଲେ । ଯେତେବେଳେ ସେ ତାର ପ୍ରତିବାଦ କଲେ ସେତେବେଳେ ମେୟର ଏବଂ ତାଙ୍କ ସମର୍ଥକ ରାଗିଯାଇଥିଲେ। ସେମାନଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ। ମହିଳା କର୍ପୋରେଟର ଆହୁରି ମଧ୍ୟ କହିଛନ୍ତି ଯେ, କୋତବାଲି ଥାନା ଯାଇ ତାଙ୍କ ବିରୋଧରେ ମାମଲା ଦାୟର କରିବେ।
ମିଳିଥିବା ସୂଚନା ଅନୁସାରେ, ବିହାରରେ ତିନି ଦିନିଆ ରାଜକୀୟ ଶୋକ ପାଳନ କରାଯାଉଛି। ଏହି ସମୟରେ ପାଟଣା ମହାନଗର ନିଗମର ବୈଠକ ଡକାଯାଇଥିଲା। କେତେକ କର୍ପୋରେଟର ଏହାକ ବିରୋଧ କରିବା ସହ କହିଥିଲେ ଯେ, ରାଜକୀୟ ଶୋକ ପାଳନ ବେଳେ କିଭଳି ଭାବେ ବୈଠକ ଡକାଯାଇଛି। ଏଥି ଯୋଗୁଁ ହଙ୍ଗାମା ମଧ୍ୟ ଆରମ୍ଭ ହୋଇଥିଲା। ଯେଉଁ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ତାଙ୍କୁ ପଦରୁ ହଟାନଯିବାକୁ ନେଇ ମଧ୍ୟ ବିରୋଧୀ କର୍ପୋରେଟରମାନେ ହଙ୍ଗାମା କରିଥିଲେ। ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।
ସେପଟେ ମେୟରଙ୍କ ପୁଅ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ତାଙ୍କୁ ଫସାଇବାକୁ ପ୍ରୟାସ କରାଯାଉଛି ।

Comments are closed.