ପ୍ଲାଟଫର୍ମରୁ ସେଲିବ୍ରିଟି, ଦେଖନ୍ତୁ ଭିଡିଓ

ମୁମ୍ବାଇ: କେବେ କେଉଁ ସମୟରେ କାହାର ଭାଗ୍ୟ ବଦଳିଯାଏ ତାହା ସମୟକୁ ମଧ୍ୟ ଅଜଣା। ସୋସାଲ ମିଡିଆ ଏଭଳି ଏକ ମଞ୍ଚ, ଯାହା ଯେ କୌଣସି ଲୋକଙ୍କୁ ରାତାରାତି ଚର୍ଚ୍ଚାକୁ ନେଇ ଆସେ ଓ ରାତାରାତି ଷ୍ଟାର୍ ବନେଇଦିଏ। ଏପରି ଭାବରେ ସୋସିଆଲ ମିଡିଆ ଜଣଙ୍କ ଭାଗ୍ୟ ବଦଳାଇଦେଇଛି। କିଛି ଦିନ ତଳେ ସବୁଠି ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ କଥା ଆମେ କହୁଛୁ। ଅଜଣା, ଅଶୁଣା ରାଇଜର ରାନୁ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ବର୍ଷ ବର୍ଷ କରିଥିବା କଠିନ ପରିଶ୍ରମର ଫଳ ପାଇଛନ୍ତି ରାନୁ।
ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାତାରାତି ପ୍ରସିଦ୍ଧ ହୋଇଥିବା ରାନୁ ମଣ୍ଡଳଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଅଲଗା। ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଛି। ସେ ଟ୍ରେନରେ ଗୀତ ଗାଉଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ। ସେୟାର କରିବାର ମାତ୍ର କିଛ ସମୟ ମଧ୍ୟରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହାପରେ ବଦଳିଯାଇଥିଲା ତାଙ୍କର ଭାଗ୍ୟ। ଏବେ ରାନୁ ବଲିଉଡର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହିତ ନିଜର ପ୍ରଥମ ରେକଡିଂ ଆରମ୍ଭ କରିଛନ୍ତି। ହିମେଶ ରେଶମିୟା ନିଜର ନୂଆ ଫିଲ୍ମରେ ରାନୁଙ୍କୁ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି। ଏହାର ଭିଡିଓ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
https://www.instagram.com/p/B1eVI_cjQS3/?utm_source=ig_web_copy_link
ହିମେଶ ନିଜର ଆଗାମୀ ସିନେମାରେ ରାନୁ ମଣ୍ଡଳଙ୍କୁ ଗାଇବା ପାଇଁ ସୁଯୋଗ ଦେଇଛନ୍ତି। ତାଙ୍କର ନୂଆ ଫିଲ୍ମ ‘ହେପି ହାର୍ଡ଼ି ଆଣ୍ଡ ହୀର’ ଆସୁଛି। ଏଥିରେ ରାନୁ ମଣ୍ଡଳ ‘ତେରୀ ମେରୀ କାହାନୀ’ ଗୀତ ଗାଉଛନ୍ତି। ରାନୁଙ୍କର ରେକର୍ଡଂ କରିବା ସମୟରେ ମଧ୍ୟ ଭିଡିଓ ହିମେଶ ରେଶମିୟା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଳ ହିମେଶ ରେଶମିୟାଙ୍କ ସହିତ ଷ୍ଟୁଡିଓରେ ଛିଡ଼ା ହୋଇ ଗୀତ ରେକର୍ଡ କରୁଥିବାର ଦେଖିବାକୁ ମିଳୁଛି।
ରାନୁ ଶୀଘ୍ର ରିୟଲିଟୀ ଶୋ ସୁପରଷ୍ଟାର ସିଙ୍ଗରରେ ନଜର ଆସିବେ। ଏଥିରେ ସେ ହିମେଶ ରେଶମିୟା ଓ ଅନ୍ୟ ବିଚାରକଙ୍କଙ୍କ ସହିତ ଶୋରେ ଭାଗ ନେଇଥିବା ପିଲାଙ୍କୁ ମଧ୍ୟ ଭେଟିବେ। ହିମେଶ କହିଛନ୍ତି ଯେ, ସଲମାନ ଭାଇଙ୍କ ବାପା ସଲୀମ ଅଙ୍କଲ ଥରେ ମୋତେ ପରାମର୍ଶ ଦେଇଥିଲେ ଯେ ଯେତେବେଳେ ତୁମେ ଜୀବନରେ କୌଣସି ପ୍ରତିଭାବାନ ମଣିଷଙ୍କ ସହିତ ଭେଟହେବ ତେବେ ତାଙ୍କୁ କେବେ ବି ଯିବାକୁ ଦେବନାହିଁ। ସେ ମୋତେ ଏହା ମଧ୍ୟ କହିଥିଲେ ଯେ ସେହି ମଣିଷଙ୍କୁ ନିଜର ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ କରିବ।
Comments are closed.