ଗୁଣିଗାରେଡି ସନ୍ଦେହରେ ହତ୍ୟା ଉଦ୍ୟମ

ଆନନ୍ଦପୁର : ଗୁଣି ଗାରେଡି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ଉଦ୍ୟମ ହୋଇଛି। ଗୁଣି କରୁଥିବା ସଂଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ଗାଁର ଜଣେ ମହିଳା। ଆକ୍ରମଣର ଯୋଗୁଁ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ବୃଦ୍ଧାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଘସିପୁରା ଥାନା ଟିକିରା ଗାଁର ରାମଚନ୍ଦ୍ର ଟୁଡୁଙ୍କ ପତ୍ନୀ ଝୀଲ୍ଲି ଗତ କିଛିଦିନ ହେବ ଅସୁସ୍ଥ ରହୁଛନ୍ତି। ବିଭିନ୍ନ ଜାଗାରେ ଚିକିତ୍ସା ପରେ ମଧ୍ୟ ସୁସ୍ଥ ନ ହେବାରୁ ସେ ଗାଁର ଲକ୍ଷ୍ମୀପ୍ରିୟା ନାମକ ଜଣେ ବୃଦ୍ଧା ତାଙ୍କୁ ଗୁଣି ଗାରେଡ଼ି କରିଥିବା ସଂଦେହ କରିଥିଲେ। ଏହି କାରଣରୁ ଗତକାଲି ସନ୍ଧ୍ୟାରେ ଲକ୍ଷ୍ମୀପ୍ରିୟା ଝୀଲ୍ଲି ଘରକୁ ଆସିଥିବା ସମୟରେ ଝୀଲ୍ଲି ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ।
Comments are closed.