ପରଲୋକରେ ଦେଶର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ
ମୁମ୍ବାଇ: ପରଲୋକରେ ଦେଶର ଏବଂ ଉତ୍ତରାଖଣ୍ଡର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ କାଞ୍ଚନଙ୍କ ଦେହାନ୍ତ ହୋଇଯାଇଛି। ଏନେଇ ଉତ୍ତରାଖଣ୍ଡର ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ଏହି ସୂଚନା ଦେଇଥିବା ପ୍ରକାଶ ପାଇଛି। କୁହାଯାଉଛି ଯେ, କାଞ୍ଚନ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାଞ୍ଚନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Kanchan Chaudhary Bhattacharya, the first woman DGP of Uttarakhand and the country, passed away in Mumbai last night, following a brief illness. pic.twitter.com/uN84uV8tTV
— ANI (@ANI) August 27, 2019
୧୯୭୩ ବ୍ୟାଚର ମହିଳା ଆଇପିଏସ ଅଧିକାରୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ୨୦୦୪ରେ ସେହି ସମୟରେ ଇତିହାସ ରଚିଥିଲେ, ଯେତେବେଳେ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଥିଲେ। ଦେଶର ପ୍ରଥମ ମହିଳା ଆଇପିଏସ ଅଧିକାରୀ କିରଣ ବେଦୀଙ୍କ ପରେ କାଞ୍ଚନ ଥିଲେ ଦ୍ୱିତୀୟ ମହିଳା ଆଇପିଏସ ଅଧିକାରୀ। ଦୀର୍ଘ ୩୩ ବର୍ଷ ସେବା କରି ୨୦୦୭ ଅକ୍ଟୋବର ୩୧ରେ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ।
ଦେଶର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ବ୍ୟବସ୍ଥା ସଂଶୋଧନ କରିବା ଲକ୍ଷ୍ୟରେ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ। ସେ ୨୦୧୪ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ଟିକେଟରେ ଉତ୍ତରାଖଣ୍ଡର ହରିଦ୍ୱାର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।
Comments are closed.