ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢିବ: ଅରୁଣ ସାହୁ

ଭୁବନେଶ୍ୱର : ଏଣିକି ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢାଯିବ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ବୁଧବାର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ଶ୍ରୀ ସାହୁ ଏହା କହିଛନ୍ତି।
ପ୍ରକାଶ ଯେ, ଆଜିର ଏହି ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ସଚିବ ଓ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପରୀକ୍ଷା ସଂସ୍କାର ନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରିଥିଲେ। ଠିକ ସମୟରେ ପରୀକ୍ଷା ଯେପରି ଶେଷ ହେବ ସେନେଇ ଆଲୋଚନା କରାଯାଇଥିଲା। ଠିକ ସମୟରେ ପରୀକ୍ଷା ଓ ରେଜଲ୍ଟ ପାଇଁ ଆଗୁଆ କୋର୍ସ ସାରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ସାହୁ କହିଛନ୍ତି ଯେ, ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନପତ୍ର ସେଟ ବି ବଢିବ। ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବଢାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
Comments are closed.