ବିରାଟଙ୍କ ଯୋଗୁଁ ଅଧିକ ବିକ୍ରି ହେଲା ଏହି ବହି
![](https://www.odishalink.com/wp-content/uploads/2019/08/vk.jpg)
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସେହିପରି ଆଉ ଥରେ ଚର୍ଚ୍ଚାରେ ବିରାଟ। କାରଣ ବିରାଟଙ୍କ ଯୋଗୁଁ ଏକ ପୁସ୍ତକ ବହଳ ଭାବରେ ବିକ୍ରି ହୋଇପାରିଛି। ଓ୍ଵଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଚାଲୁଥିବା ସମୟରେ ଡ୍ରେସିଂ ରୁମ୍ର ବାଲ୍କୋନି ସମ୍ମୁଖରେ ବସି ଏକ ବହି ପଢ଼ୁଥିବାର ନଜରକୁ ଆସିଥିଲେ। ଏହାର ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହୋଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କୁ ସେଠାରେ ଉପସ୍ଥିତ ରହିଥିବା ଦର୍ଶକେ ଜମେଇକି ଟ୍ରୋଲ୍ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ବିରାଟଙ୍କ କାରଣରୁ ଉକ୍ତ ବହି ବିକ୍ରି କରୁଥିବା କଂପାନିକୁ ଏହାର ଫାଇଦା ମିଳିଥିଲା।
କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଓ୍ଵଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ସମୟରେ ସଂଘର୍ଷ କରୁଥିବାବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର ସଂପୂର୍ଣ୍ଣ ଧ୍ୟାନ‘ଡିଟକ୍ସ ୟୁଅର୍ ଇଗୋ’ବହି ଉପରେ ରହିଥିଲା। ଫଳତଃ କୋହଲି ଉକ୍ତ ବହିକୁ ପଢିବାରେ ଏଭଳି ଭାବେ ମଗ୍ନ ଥିଲେ ଯେ, ତାଙ୍କର ଖେଳ ଲାଗି କୌଣସି ନିଘା ନ ଥିଲା ତେବେ ବିରାଟଙ୍କର ଏହି ମୂହୁର୍ତ୍ତର ଫଟୋ ଉଠାଇ ସେଠାରେ ଉପସ୍ଥିତ ରହିଥିବା କେହି ଜଣେ ଦର୍ଶକ ସୋସିଆଲ୍ ମିଡ଼ିଆରେ ସେଆର୍ କରିଦେଇଥିଲେ,ଯାହାକି ଖୁବ୍ ଭାଇରାଲ୍ ହୋଇଥିଲା। ଏହାପରେ ଲୋକେ ବିରାଟ୍ଙ୍କୁ ଟ୍ରୋଲ୍ କରିବା ସହିତ ଅନେକ ପ୍ରକାରର ଉପଦେଶ ମଧ୍ୟ ଦେଇଥିଲେ।
Comments are closed.