ମୋଦିଙ୍କ ନାଁ କହୁ କହୁ ମାରିଲା ବିଦ୍ୟୁତ ଆଘାତ, ଦେଖନ୍ତୁ ଭିଡିଓ

ଇସ୍ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇଯାଇଛି ପାକିସ୍ତାନ। କେତେବଳେ ଯୁଦ୍ଧର ଧମକ ତ ଆଉ କେତେବେଳେ ଏୟାରସ୍ପେସ୍ ବନ୍ଦ କରିବାର ଧମକ। ଏଥିସହିତ ଇଟାର ଯବାବ ପଥରରେ ଦେବୁ ବୋଲି କହୁଛନ୍ତି ପାକିସ୍ତାନୀ ନେତା। ହେଲେ ଇଶ୍ବର ବୋଧେ ଆଉ କିଛି ଚାହୁଁଛନ୍ତି। ପାକିସ୍ତାନୀ ନେତାଙ୍କୁ ଏବେ କରେଣ୍ଟ ମାଡ଼ ଖାଇବାକୁ ପଡ଼ୁଛି। କିଛି ଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବକେୟା ବିଦ୍ୟୁତ ବିଲ ଭରଣା କରିବାକୁ ଆସିଥିଲା। ପାକ୍ ରେଳମନ୍ତ୍ରୀ ଶେଖ ରଶିଦ ଭାରତକୁ ଯୁଦ୍ଧ ଧମକ ଦେଉଥିଲେ ଆଜି ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଧରିବା କ୍ଷଣି ତାଙ୍କୁ ଏହି ଇଲେକ୍ଟ୍ରିକ ଝଟକା ଲାଗିଛି।
#Pakistan railway minister suffers electric shock from mic while addressing a rally during #KashmirHour, just after he mentions PM Modi in the speech. 😁
These are probably signs from God, urging #Pakistan to stop this non-sense. Please listen!🤣 @gauravcsawant @bhartijainTOI pic.twitter.com/N3fcqjPrhN
— NooriBadat (@NooriBadat) August 30, 2019
ଆଜି ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀର ପାଇଁ ବନ୍ଦ ପାଳନ କରାଯାଉଛି। କଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ ସରକାର ଛିଡ଼ା ହୋଇଛନ୍ତି ବୋଲି ଜଣାଇବା ପାଇଁ ଇମ୍ରାନ୍ ଖାନ୍ ସରକାର ଏଭଳି ବନ୍ଦ ପ୍ରହସନ କରୁଛନ୍ତି। କଶ୍ମୀର ଆଓ୍ବାର ନାଁରେ ମଧ୍ୟ ଏକ ଅଭିଯାନ ଆରମ୍ଭ ହୋଇଛି।
ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାକ୍ ରେଳମନ୍ତ୍ରୀ ରଶିଦ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦିଙ୍କ ନାଁ ନେବା କ୍ଷଣି ସେ ଧରିଥିବା ମାଇକ୍ଟିରେ ହଠାତ୍ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
Comments are closed.