ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭଦ୍ରକ : ଭଦ୍ରକ ଜିଲ୍ଲାର ତେସିଙ୍ଗା ସେବା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡେୟୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପୃଥକ ପୃଥକ ଟିମ୍ ଏକକାଳୀନ ରାଜେନ୍ଦ୍ରଙ୍କ ୬ଟି ଜାଗାରେ ଚଢ଼ାଉ କରିଛନ୍ତି। ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ପଶି ଯାଞ୍ଚ କରିଛି। ରାଜେନ୍ଦ୍ରଙ୍କ ପତ୍ନୀ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ଥିବା ସୂଚନା ମିଳିଛି। ତେଣୁ ଭିଜିଲାନ୍ସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ଜାରି ରହିଥିବାରୁ ଭିଜିଲାନ୍ସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ।
Comments are closed.