୫ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନିଯୁକ୍ତି ଦିଆଯାଇଛି। କଲରାଜ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ। ସେହିପରି ମହାରାଷ୍ଟ୍ରର ରାଜ୍ୟପାଳଭାବେ ଭଗତ ସିଂହ କୋଷ୍ୟାଭିଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି। ଏହାଛଡ଼ା କେରଳ ରାଜ୍ୟପାଳ ଭାବେ ଆରିଫ ମହମ୍ମଦ ଖାନଙ୍କୁ ନିଯୁକ୍ତ କରାଯାଇଥିବାବେଳେ ତେଲେଙ୍ଗାନା ରାଜ୍ୟପାଳଭାବେ ତାମିଲିସାଇ ସୌନ୍ଦ୍ରରାଜନଙ୍କୁ ନିଯୁକ୍ତ କାଯାଇଛି। ରାଷ୍ଟ୍ରପତି ରାମନାଥ କେବିନ୍ଦ ଏହି ନିଯୁକ୍ତିକୁ ରବିବାର ଅନୁମୋଦନ କରିଛନ୍ତି।
Comments are closed.