Odisha Link
Bridging the Missing Links in Odisha

ବିଜେଡିର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କଲେ ନବୀନ, ଲକ୍ଷ୍ୟ ୧ କୋଟି

ଭୁବନେଶ୍ୱର: ଆଜିଠୁ ବିଜୁ ଜନତା ଦଳ ତାର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିଛି। ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ଏପରି ପ୍ରୟାସ କରିଛି ବିଜେଡି। ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ବିଜେଡି ନେତାମାନେ ସାମିଲ ହେବା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆହ୍ବାନ ଦେଇଛନ୍ତି।

ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଢିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ପ୍ରଥମ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରେ ନବୀନ ନିଜେ ଏକାମ୍ର ନିର୍ବାଚନମଣ୍ଡଳୀରୁ ସଦସ୍ୟ ହୋଇଛନ୍ତି । ଅନ୍ୟ ୨୪ ଜଣଙ୍କୁ ପ୍ରାଥମିକ ସଦସ୍ୟ କରାଇ ନବୀନ ସକ୍ରିୟ ସଦସ୍ୟ ହୋଇଛନ୍ତି ।

ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ନୂଆ ସଦସ୍ୟ ସଂଗ୍ରହ କରିବ ଦଳ । ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେବାକୁ ନିଷ୍ପତି ନିଆଯାଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ୫-ଟିର ଉପଯୋଗ କରିବ ବିଜେଡି । ବର୍ତମାନ ବିଜେଡିର ୪୭ ଲକ୍ଷ ସଦସ୍ୟ ଥିବା ବେଳେ ପରିବର୍ଦ୍ଧିତ କାର୍ୟ୍ୟକାରିଣୀରେ ଏହାର ଦୁଇ ଗୁଣା ସଦସ୍ୟ ସଂଗ୍ରହ କରିବା ପାଇଁ ଟାର୍ଗେଟ ରଖାଯାଇଛି।

ପ୍ରତି ଗାଁ ଓ ପ୍ରତି ଘରୁ ବିଜେଡିକୁ ଆଶୀର୍ବାଦ ମିଳିଛି । ତେଣୁ ଗାଁ ଗାଁ ଯାଇ ସଦସ୍ୟ ଗ୍ରହଣ ପାଇଁ କର୍ମୀଙ୍କୁ ସେ ଆହ୍ୱାନ କରିଛନ୍ତି । ଏହି ଅଭିଯାନରେ କର୍ମୀ ମାନଙ୍କୁ ମହିଳା, ସାଧାରଣ ଲୋକ ଓ କୃଷକଙ୍କୁ ଭେଟିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.