ଆଜି ବାୟୁସେନାରେ ସାମିଲ ହେଲା ୮ ଲଡ଼ାଖୁ ବିମାନ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ହେବ ଆହୁରି ଶକ୍ତିଶାଳୀ। କାରଣ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଶକ୍ତିଶାଳୀ ଲଢ଼ୁଆ ବିମାନ ଆପାଚ୍ ହେଲିକପ୍ଟର। ପଠାନକୋଟ ଏୟାରବେସ୍ରେ ଆଜି ଆମେରିକା ଦ୍ୱାରା ନିର୍ମିତ ୮ଟି ଆପାଚ୍ AH-64E ହେଲିକପ୍ଟରକୁ ବାୟୁ ସେନାରେ ସାମିଲ କରାଯାଇଛି। ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି. ଏସ୍ ଧନୱାଙ୍କ ଉପସ୍ଥିତିରେ ଏହି ଆକ୍ରମଣକାରୀ ହେଲିକପ୍ଟରଗୁଡ଼ିକ ଆଜି ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହୋଇଛି। ଏହା ଭାରତୀୟ ବାୟୁ ସେନାର ଯୁଦ୍ଧ କରିବାର କ୍ଷମତାକୁ ଆହୁରି ତ୍ୱରାନ୍ୱିତ କରିବ।
Punjab: Apache helicopter of the Indian Air Force ready to be inducted at the Pathankot Air Base. The Indian Air Force will induct 22 of these choppers acquired from the US. pic.twitter.com/ezJoGMaRW7
— ANI (@ANI) September 3, 2019
ଏହା ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକପ୍ଟର। ଏହି ମଲ୍ଟି-ରୋଲ୍ ଯୁଦ୍ଧ ହେଲିକପ୍ଟରକୁ ଆମେରିକା ସେନା ବ୍ୟବହାର କରିଥାଏ। ଏହି ଅତ୍ୟାଧୁନିକ ବିମାନକୁ ଚଳାଇବା ପାଇଁ ଗତବର୍ଷ ବାୟୁସେନାର ଏକ ପାଇଲଟ୍ ଦଳ ଆମେରିକା ଯାଇ ପ୍ରଶିକ୍ଷଣ ନେଇଥିଲେ। ୨୦୨୦ ସୁଦ୍ଧା ୨୨ଟି ଆପାଚ୍ ହେଲିକପ୍ଟର ବାୟୁସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ ୨୦୧୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୬ଟି ଆପାଚ୍ ଅତ୍ୟାଧୁନିକ ହେଲିକପ୍ଟର ପାଇଁ ବୋଇଂ କମ୍ପାନୀ ସହ ଚୁକ୍ତି କରିଥିଲା। ଏହି ୬ଟି ହେଲିକପ୍ଟରରେ ଯୁଦ୍ଧାସ୍ତ୍ର ଖଞ୍ଜା ଯିବାର ବ୍ୟବସ୍ଥା କରିବାକୁ ୪,୧୬୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏହି ହେଲିକପ୍ଟରଗୁଡ଼ିକୁ ସ୍ଥଳ ସେନାରେ ସାମିଲ କରାଯିବ।
Comments are closed.