କଟକ ପରେ ଭୁବନେଶ୍ବରରେ ଠାବ ହେଲା ନକଲି ଘିଅ କାରଖାନ

ଭୁବନେଶ୍ବର: ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ନକଲି ଘିଅ ଓ ତେଲ କାରଖାନା ଠାବ କରାଯାଇଛି। ଲକ୍ଷ୍ମୀସାଗର ଷ୍ଟେଜ ୧ ଶନି ମନ୍ଦିର ପଛପଟେ ଏହି କାରଖାନା ଚାଲିଥିବା ଜଣାପଡ଼ିଛି। ଆଜବେଷ୍ଟସ ଘରେ ଚାଲିଥିବା ଏହି କାରଖାନାରେ ରାଶି ତେଲ, ସୋରିଷ ତେଲ, ଜଡ଼ା ତେଲ ଏବଂ ଘିଅ ନକଲି ବୋତଲ ଓ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା।
ବାଲାଜୀ ନାମକ ବ୍ରାଣ୍ଡକୁ ଏମାନେ ବ୍ୟବହାର କରୁଥିଲେ। ଲକ୍ଷ୍ମୀସାଗର ପୋଲିସ ଏହି ନକଲି କାରଖାନା ଉପରେ ଚଢ଼ଉ କରି ୪ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ତେବେ ନକଲି ତେଲ କାରଖାନାର ମାଲିକ ଫେରାର ଥିବା ଜଣା ପଡ଼ିଛି।
Comments are closed.