ଲାଗି ହେଲା ମା’ସମଲେଶ୍ୱରୀଙ୍କ ନବାନ୍ନ

ସମ୍ବଲପୁର : ପଶ୍ଚିମ ଓଡିଶାରେ ନୂଆଖାଇ ଖୁବ ଧୁମଧାମରେ ପାଳିତ ହେଉଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ ମିନିଟ ସମୟରେ ନବାନ୍ନ ଲାଗି ହୋଇଥିବା ଜଣାଯାଇଛି। ଆଜି ଭୋର ୪ଟା ବେଳୁ ମନ୍ଦିରର ପୂଜକମାନେ ନିଜ ଘରୁ ନବାନ୍ନ ନେଇ ଆସିଥିଲେ। ପ୍ରଥମେ ମା’ ସମଲେଶ୍ୱରୀଙ୍କ ପାଖରେ ସେହି ନବାନ୍ନ ଅର୍ପଣ କରାଯାଇଥିଲା। ଏହାପରେ ସେଠାରେ ଥିବା ପାର୍ଶ୍ବ ଦେବାଦେବୀଙ୍କୁ ତାହା ଲାଗି କରାଯାଇଥିଲା। ଏହାପରେ ମହାଆଳତୀ ହୋଇଥିଲା। ତାପରେ ସର୍ବସାଧାରଣଙ୍କ ଦର୍ଶନଲାଗି ମନ୍ଦିର ଖୋଲିଥିଲା। ଏବେ ଭକ୍ତମାନେ ମା’ଙ୍କର ଦର୍ଶନ କରୁଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାର, ଆଜି ନୂଆଖାଇ ଦିନ ମା’ ସମଲେଶ୍ୱରୀ ମନ୍ଦିର ସକାଳୁ ବନ୍ଦ ରହିଥାଏ। ମହାଆଳତୀପରେ ମନ୍ଦିର ଖୋଲିଥାଏ। ଆଜି ସନ୍ଧ୍ୟାରେ ସମ୍ବଲପୁରରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହେଉଛି। ଏଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାର ସୂଚନା ରହିଛି।
Comments are closed.