ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କଲେ ମୋଦି।
ନୂଆଁଖାଇ ଜୁହାର
ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
— Narendra Modi (@narendramodi) September 3, 2019
Comments are closed.