ପ୍ରିୟଙ୍କା ହୋଇପାରନ୍ତି ୟୁପି କଂଗ୍ରେସର ମୁଖ୍ୟ

ନୂଆଦିଲ୍ଲୀ: କଂଗ୍ରେସର ଏକ ଗୁରୁଦାୟିତ୍ବରେ ରହିବେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ହୋଇପାରନ୍ତି ପ୍ରିୟଙ୍କା। ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଏବେ ପୂରା ରାଜ୍ୟର କଂଗ୍ରେସ ମୁଖ୍ୟ ହେବାକୁ ଯାଉଛନ୍ତି ବାଲି ପ୍ରକାଶ ପାଇଛି।
ପ୍ରି୍ୟଙ୍କା ବର୍ତ୍ତମାନ ରାଜ ବବର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ପୂରା ୟୁପିରେ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏହି କାରଣରୁ ଦଳ ଏବେଠାରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି। ତେଣୁ ପ୍ରିୟଙ୍କାଙ୍କୁ ହିଁ ଦଳର ମଙ୍ଗ ସମ୍ଭାଳିବା ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି। ୩ ମାସ ପୂର୍ବରୁ ହିଁ ଦଳ ପକ୍ଷରୁ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ କରାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ପ୍ରିୟଙ୍କା ୧୧ ହଜାରରୁ ଅଧିକ କଂଗ୍ରେସ କର୍ମୀ ଏବଂ ସମର୍ଥକଙ୍କୁ ଭେଟି ସାରିଛନ୍ତି।
୨୦୨୨ ବେଳକୁ ଏଠାରେ ବିଧାନସଭା ନିର୍ବାଚନ ହେବ। କିନ୍ତୁ କଂଗ୍ରେସ ଏବେଠାରୁ ହିଁ ରାଜ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। କାରଣ କେବଳ ସୋନିଆ ଗାନ୍ଧି ହିଁ ଏକମାତ୍ର ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶରେ ଜିତିଥିଲେ। ରାହୁଲ ଗାନ୍ଧି ଆମେଥିରୁ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ତେଣୁ କଂଗ୍ରେସ ନିଜର ପୁରୁଣା ଫର୍ମକୁ ଫେରିବାକୁ ହେଲେ ଅନେକ କସରତ କରିବାକୁ ହେବ। ତେଣୁ କଂଗ୍ରେସ ଏବେ ପ୍ରିୟଙ୍କାଙ୍କ ଉପରେ ଭରସା କରିବାକୁ ଚିନ୍ତା କରୁଛି।
Comments are closed.