ଶ୍ରୀକ୍ଷେତ୍ର ନୁହେଁ କୁରୁକ୍ଷେତ୍ର: ବିଜୟ
![](https://www.odishalink.com/wp-content/uploads/2019/09/Bijaya.jpg)
ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ ବିଷୋଦଗାର କରି କହିଛନ୍ତି ଯେ, ଶ୍ରୀକ୍ଷେତ୍ର ଏବେ ପାଲଟିଛି କୁରୁକ୍ଷେତ୍ର। ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ହେଉଛି ସରକାରଙ୍କ ଏକ ଦିଗହରା ନିଷ୍ପତ୍ତି। ଗତ ୭ ଦିନ ହେଲା ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ହୋଇଗଲାଣି। ଏପରି କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ।
ଡ୍ରୋଜର ଲଗାଇ ଓ ବ୍ୟାପକ ଫୋର୍ସ ମୁତୟନ କରି ଶ୍ରୀକ୍ଷେତ୍ରକୁ ରଣକ୍ଷେତ୍ର ଭଳି କରିିଛନ୍ତି। ଯଦି ସରକାର ବିପି ଦାସ କମିଶନଙ୍କ ସୁପାରିଶରେ ଏପରି କରୁଥିବେ ତେବେ ତାହା ବେଆଇନ। କାରଣ ବିପି ଦାସ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ଚୂଡ଼ାନ୍ତ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରିଦେଲେ। କିମଶନଙ୍କ ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପନ ହୋଇନି। ଏହା ସତ୍ତ୍ୱେ ଉଚ୍ଛେଦ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେହିପରି ନବକଳେବର ବେଳେ ୫୦୦ କୋଟି ସରକାର ଖର୍ଚ୍ଚ କରିଥିଲେ। ତେବେ ଏହାର ଫଳ କ’ଣ ହେଲା ବୋଲି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରକୃତରେ ୫୦୦ କୋଟି ଖର୍ଚ୍ଚ ହୋଇଥିଲେ ଆଜି ବଡ଼ଦାଣ୍ଡ ଭାସୁନଥାନ୍ତା ବୋଲି ସେ କହିଛନ୍ତି। ଏହାଛଡ଼ା ଯେଉଁଠି ମୋଟା ଅନୁଦାନ ଥାଏ ସେଠାରେ ଲୁଟ ପାଇଁ ବାଟ କରାଯାଏ। ଲୋକଙ୍କୁ ତ୍ୟାଗ କରିବାକୁ କହି ସବୁ ଲୁଟିବେ, ଏ ସବୁ ଚଳିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏଥିସହିତ ସରକାର ପୁରୀ ମନ୍ଦିରକୁ ନେଇ ହୀନ ଓ ରୁଗ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ। ଏହା ସରକାରଙ୍କ ଦିଗହରା ନିଷ୍ପତ୍ତି, ସରକାର କିଛି ବାଟ ପାଉନାହାନ୍ତି ବୋଲି ବିଜୟ କହିଛନ୍ତି।
Comments are closed.