Odisha Link
Bridging the Missing Links in Odisha

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟର ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ନିକଟରେ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଭୁବନେଶ୍ୱରସ୍ଥିତ ଏମସ୍‌କୁ ସ୍ଥାନାନ୍ତର କରାଯାଇଛି।

ଜାମସେଦ ରାମେଶ୍ୱର ନିକଟ ଏକ ଜଙ୍ଗଲ ଭିତରେ ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠିତ ହୋଇଥିଲା। ଏହାପରେ ଗତ କାଲି ରାତି ପ୍ରାୟ ଗୋଟାଏ ବେଳେ ପୂର୍ବ ଯୋଜନା ଅନୁଯାୟୀ ଏହି ଟିମ୍‌ ଉକ୍ତ ଜଙ୍ଗଲରେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଜାମସେଦ ପୁଲିସ୍ ଉପରକୁ ବୋମାମାଡ଼ କରିଥିଲା।

ଏଥିରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଆଇଆଇସି ଆହତ ହୋଇଛନ୍ତି। ପାଲଟା ଜବାବରେ ପୁଲିସ୍‌ ଜାମସେଦର ଗୋଡ଼କୁ ଗୁଳି ମାରିଥିଲା। ଜାମସେଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି।

Comments are closed.