Odisha Link
Bridging the Missing Links in Odisha

ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ

ନୟାଗଡ : ଦଶପଲ୍ଲା ଡମାହାଣ୍ଡି ଛକରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଦୁର୍ଘଟଣା ହୋଇଛି। ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା।


ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଦୋକାନ ଘରେ ପିଟିହୋଇଥିଲା ଆମ୍ବୁଲାନ୍ସ। ଫଳରେ ଡ୍ରାଇଭର ଆହତ ହୋଇଛନ୍ତି। ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.