ଆଉ ହେବ ନାହିଁ ଗାଡ଼ିର ପ୍ରଦୂଷଣ ଯାଞ୍ଚ!
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ତେବେ ଯେଉଁମାନଙ୍କ ପାଖରେ ଏବେ ପଦୂଷଣ ପ୍ରମାଣପତ୍ର ନାହିଁ ସେମାନଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ମାସକ ଯାଏଁ ପଲୁ୍ୟସନ ନେଇ ଯାଞ୍ଚ କରାଯିବ ନାହିଁ। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଆସନ୍ତା ମାସକ ପାଇଁ କୋହଳ କରାଯାଇଛି। ଏନେଇ ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି। ଏହାଛଡ଼ା ଜନସାଧାରଣଙ୍କୁ ଅଯଥାରେ ହଇରାଣ ନକରିବାକୁ ମଧ୍ୟ ସେ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି।
ପ୍ରକାଶ ଯେ, ନୂଆ ଟ୍ରାଫିକ ଆଇନ ଲାଗୁ ହେବା ପରେ ବାଇକ ହେଉ କି କାର ଚାଳକ ସମସ୍ତଙ୍କ ନିଦ ହଜିଯାଇଛି। ଡିଏଲ ଓ ଇନ୍ସୁ୍ୟରାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଥିଲେ ମଧ୍ୟ ପଲୁ୍ୟସନ କଣ୍ଟା ସମସ୍ତଙ୍କୁ ଯନ୍ତ୍ରଣା ଦେଇଛି। ତରବରିଆଭାବେ ଲୋକମାନେ ପଲୁ୍ୟସନ ପ୍ରମାଣପତ୍ର ହାତେଇବାକୁ ଚିନ୍ତା କରୁଥିଲେ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ତାହା ସମ୍ଭବପର ହୋଇପାରୁନାହିଁ। ଏହାକୁ ଆଖି ଆଗରେ ରଖି ପ୍ରଦୂଷଣ ଯାଞ୍ଚକୁ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
Comments are closed.