ଭୁବନେଶ୍ବରର ଏହି ୧୧ ସ୍ଥାନରେ କରନ୍ତୁ ଗାଡ଼ିର ପ୍ରଦୂଷଣ ଯାଞ୍ଚ
![](https://www.odishalink.com/wp-content/uploads/2019/09/pollution-checking.jpg)
ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇବା ପାଇଁ ଗାଡ଼ି ଚାଳକ ଓ ମାଲିକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଧରପଗଡ଼ ଚାଲିଥିବାରୁ ଲୋକମାନେ ଛାନିଆ ହୋଇଯାଇଛନ୍ତି। ଘରୁ ଗାଡ଼ି କାଢ଼ିବାକୁ ଡରୁଛନ୍ତି। କିଛି ଲୋକ ମୋଟା ଅଙ୍କର ଜରିମାନା ଦେବା ପରେ ଅନ୍ୟମାନେ ଏବେ ଆତଙ୍କିତ ହୋଇଯାଇଛନ୍ତି। ଏହାମଧ୍ୟରେ ଶୁକ୍ରବାର ପରିବହନ ସଚିବ ଏକ ବଡ଼ ଘୋଷଣା କରିଛନ୍ତି। ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ମାସେ ମହଲତ ଦେଇଛନ୍ତି। ଏହାସହିତ ଭୁବନେଶ୍ୱରର କେଉଁ ସ୍ଥାନରେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ତାହାର ତାଲିକା ମଧ୍ୟ ଜାରି କରିଛନ୍ତି।
ଜାଣନ୍ତୁ କେଉଁଠି ମିଳିବ:
୧.ନୟାପଲ୍ଲୀ ଅଂଚଳର ଗାର୍ଗସନ୍ ଅଟୋ ମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍
୨.ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋ ମୋବାଇଲ୍ସ
୩. ମଂଚେଶ୍ୱର ଏସବିଆଇ ଛକରେ ଥିବା ଗାର୍ଗସନ୍ ପ୍ରୋପଟିଜ୍ ପ୍ରାଇଭେଟ୍ ଲିମିଟେଡ୍
୪. ପଟିଆ କାନନ ବିହାର, ଫେଜ-୨ରେ ଥିବା ଭାରତ ଅଟୋ ମୋବଇଲ୍ସ
୫. ମଂଚେଶ୍ୱରରେ ଥିବା ଭାରତ ମୋଟର୍ସ
୬. ଚନ୍ଦ୍ରଶେଖରପୁରର ଶୁଭମ ମୋବାଇଲ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର
୭. ପଟିଆରେ ଥିବା ମୋହିତ ମୋବାଇଲ୍ ପଲ୍ୟୁସନ୍ ସେଂଟର
୮. ଖଣ୍ଡଗିରିରେ ଥିବା ମା’ ଲକ୍ଷ୍ମୀ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର
୯. ଚନ୍ଦ୍ରଶେଖରପୁରରେ ଥିବା ନିର୍ମଳ ସାଇ ପଲ୍ୟୁସନ୍ ଟେଷ୍ଟିଙ୍ଗ ୟୁନିଟ୍
୧୦. ଝାରପଡାର ନାରାୟଣ ମୋଟର୍ସ
୧୧. ପାହାଳ, ବାଲିଅନ୍ତାରେ ଥିବା ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନ୍
Comments are closed.